ନୂଆଦିଲ୍ଲୀ: ୟୁକ୍ରେନର ରିଭନେରେ ଥିବା  ଏକ ଟିିଭି ଟାୱାର ଉପରେ ରୁଷୀୟ ସୈନ୍ୟବାହିନୀର ଆକ୍ରମଣରେ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ୯ ଜଣ କ୍ଷତାକ୍ତ ହୋଇଥିବା ସୂଚନା ରହିଛି।

Advertisment

ଗଭର୍ଣ୍ଣର ଭିଟାଲି କୋଭାଲ୍‌ କହିଛନ୍ତି, ‘ପୀଡ଼ିତ ଆହୁରି ବି ଥାଇପାରନ୍ତି। ଏହି ଆକ୍ରମଣ ୧୪ ତାରିଖ ରାତିରେ ହୋଇଛି। ଉଦ୍ଧାରୀକାର୍ଯ୍ୟ ଏବେ ବି ଜାରି ରହିଛି। ଉତ୍ତର-ପଶ୍ଚିମ ୟୁକ୍ରେନ୍‌ର ଆଞ୍ଚଳିକ ରାଜଧାନୀ ରିଭ୍‌ନେରେ ଏହି ଆକ୍ରମଣ ଘଟିଛି।’ ରିଭନେ ପୋଲାଣ୍ଡ୍‌ ସୀମାରୁ ୨୦୦ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ। ଏହି ରିଭନେ ଦେଶ ଛାଡ଼ି ପଳାୟନ କରୁଥିବା ଅନେକ ୟୁକ୍ରେନବାସୀଙ୍କ ପାଇଁ ଏବେ ପ୍ରସ୍ଥାନ ସ୍ଥାନ ପାଲଟିଛି।