ମୁମ୍ବାଇ :ବଲିଉଡରେ ସେମିତି କିଛି ଖାସ୍ କମାଲ କରିନଥିବା ଜଣେ ନାୟିକା ଶାହିଦ୍ କପୁରଙ୍କ ସହ ଏକ ସିନେମାରେ ରୋମାନସ୍ କରିବେ ବୋଲି ଜଣାଯାଇଛି। ସେହି ନାୟିକାଜଣକ ହେଲେ ୟାମୀ ଗୌତମ୍। ତାଙ୍କୁ ଦର୍ଶକ ପ୍ରଥମେ ‘ଭିକି ଡୋନର’ ସିନେମାରେ ଦେଖିବାକୁ ପାଇଥିଲେ। ଏଥିରେ ତାଙ୍କର ନାୟକ ଥିଲେ ଆୟୁଷ୍ମାନ୍ ଖୁରାନା। ଏହାପରେ ୟାମୀ ‘ସନମ୍ରେ’ ଏବଂ ‘କାବିଲ୍’ ଭଳି ସୁପରହିଟ ସିନେମାରେ ବି ନଜର ଆସିଥିଲେ । ବିଶେଷ କରି ‘କାବିଲ୍’ରେ ଜଣେ ଦୃଷ୍ଟିହୀନା ଯୁବତୀ ଭୂମିକାରେ ସେ ଚମକପ୍ରଦ ଅଭିନୟ କରିଥିଲେ। ଏଥିରେ ତାଙ୍କୁ ମିଳିଥିଲା ସୁପରଷ୍ଟାର୍ ରିତିକ୍ ରୋଶନ୍ଙ୍କ ସାଥ୍। ଅର୍ଥାତ୍‘ବତ୍ତି ଗୁଲ୍ ମିଟର ଚାଲୁ’ ସିନେମାରେ ଦର୍ଶକ ପ୍ରଥମ ଥର ଲାଗି ଶାହିଦ୍-ୟାମୀଙ୍କ ଯୋଡିକୁ ଦେଖିବାକୁ ପାଇବେ।
/sambad/media/post_attachments/wp-content/uploads/2018/01/sahid-kapoor-shraddha-youtube-1-1-300x191.jpg)
ଏହାପୂର୍ବରୁ ଲୋକପ୍ରିୟ ନାୟିକା ଶ୍ରଦ୍ଧା କପୁର ପୁଣି ଥରେ ଶାହିଦ୍ କପୁରଙ୍କ ସହ ‘ବତ୍ତି ଗୁଲ୍ ମିଟର ଚାଲୁ’ ସିନେମାରେ ରୋମାନସ୍ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଏକଥାକୁ ନିଜେ ପ୍ରଯୋଜିକା ପ୍ରେରଣା ଅରୋଡା ବି ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ‘ବତ୍ତି ଗୁଲ୍ ମିଟର ଚାଲୁ’ ସିନେମାରେ ନାୟିକା ଭୂମିକାଲାଗି ପ୍ରଥମେ କାଟ୍ରିନା କୈଫଙ୍କୁ ଅଫର୍ ଦିଆଯାଇଥିଲା ହେଲେ ସେ ଶାହରୁଖ୍ ଖାନଙ୍କ ସହ ଆନନ୍ଦ ଏଲ ରାୟଙ୍କ ନିର୍ଦ୍ଦେଶିତ ‘ଜିରୋ’ରେ କାମ କରୁଥିବାରୁ ତାଙ୍କ ହାତରେ ସମୟ ନଥିବା କହି ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାପରେ ଶ୍ରଦ୍ଧା କପୁରଙ୍କୁ ସେହି ରୋଲ୍ ଅଫର କରାଗଲା ଏବଂ ସେ ରାଜି ହେଲେ, କିନ୍ତୁ ଡେଟସ ସମସ୍ୟା ଯୋଗୁଁ ଶେଷ ମୁହୁର୍ତ୍ତରେ ସେ ବି ଅରାଜି ହେଲେ। ଏହାପରେ ୟାମୀଙ୍କ ପାଖକୁ ଅଫର୍ ଯାଇଥିଲା ଏବଂ ସେ ତତକ୍ଷଣାତ୍ ରାଜି ହୋଇଛନ୍ତି।