ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ଡେଭିଡ ଧଓ୍ଵନ୍ ବେଶ୍ କେତୋଟ ହିଟ୍ ସିନେମା ଦେଇ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି। ତଥାପି ତାଙ୍କର କତୋଟି ସିନେମା ଅଧାରେ ଅଟକି ରହିଗଲା। ସେଥିମଧ୍ୟରୁ ଗୋଟିଏ ହେଲା ‘ରାଜୁ ରାଜା ରାମ୍’ । ହଁ ସେ ଏହି ଟାଇଟଲ୍ ରେ ଏକ କମେଡି ଫିଲ୍ମ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିରେ ପ୍ରଥମ ଥର ଲାଗି ସଲମାନ୍ ଖାନ୍ ଓ ଗୋବିନ୍ଦାଙ୍କୁ ଏକାଠି ଆଣିଥିଲେ ନିର୍ଦ୍ଦେଶକ । ସେ ସମୟରେ ସଲମାନଙ୍କ ଅପେକ୍ଷା ଗୋବିନ୍ଦାଙ୍କ ଡିମାଣ୍ଡ ଖୁବ୍ ଅଧିକ ଥିଲା ।

ଏଥିରେ ରାଜୁ ଭୂମିକାରେ ଜ୍ୟାକି ଶ୍ରଫ୍, ରାଜା ଭୂମିକାରେ ଗୋବିନ୍ଦା ଓ ରାମ୍ ଚରିତ୍ରରେ ନଜର ଆସିଥାଆନ୍ତେ ସଲମାନ୍ । ଏ ତିନିଜଣ ଯାକ ଜଣେ ଯୁବତୀ ( ମନୀଷା କୋଇରାଲା)ଙ୍କୁ ପ୍ରେମ ନିବେଦନ କରୁଥିବାର କାହାଣୀ ଥିଲା ଫିଲ୍ମରେ । ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତି ପରେ ଆକସ୍ମିକ ଭାବେ ପ୍ରଯୋଜନା ସଂସ୍ଥା ଆର୍ଥିକ ସଂକଟ ଦେଇ ଗତି କରିଥିଲା । ଫଳତଃ ଏହାର କାମ ଆଗକୁ ଯାଇ ପାରି ନଥିଲା ।‘ରାଜୁ ରାଜା ରାମ୍’ ବି ପରେ ନିର୍ମିତ ହୋଇ ନଥିଲା। ତା’ନହେଲେ ଗୋବିନ୍ଦା-ସଲମାନ୍ ଖାନ୍ଙ୍କୁ ଏକାଠି ଏହି ସିନେମାରେ ପ୍ରଥମେ ଦେଖିବାକୁ ପାଇଥାଆନ୍ତେ ଦର୍ଶକ । ପରେ ଅବଶ୍ୟ ନିର୍ଦ୍ଦେଶକ ଡେଭିଡ ଧଓ୍ଵନ୍ ଗୋବିନ୍ଦା-ସଲମାନ୍ ଖାନ୍ଙ୍କୁ ଏକାଠି ‘ପାର୍ଟନର୍’ ସିନେମାରେ ଆଣିଥିଲେ । ତେବେ ଏହାପରେ ଏହି ହିଟ୍ ଯୋଡି ଅନ୍ୟ କୌଣସି ସିନେମାରେ ଏକାଠି କାମ କରି ନାହାନ୍ତି।