ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ଅଭିନେତା ଅମୀର ଖାନ୍‌ ମହାଭାରତ ଉପରେ ଏକ ଫିଲ୍ମ ନିର୍ମାଣ କରିବେ ବୋଲି ଖବର ମିଳିଛି। ଏହି ଫିଲ୍ମର କିଏ କେଉଁ ଭୂମିକାରେ ଅଭିନୟ କରିବେ, ତାକୁ ନେଇ ଚର୍ଚ୍ଚା ଚାଲିଛି।
‘ମହାଭାରତ’ରେ ନିଜେ ଅମୀର ଖାନ୍‌ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିବେ ବୋଲି ଦୀର୍ଘ ଦିନ ଧରି ଚର୍ଚ୍ଚା ହୋଇ ଆସୁଛି। ହେଲେ ଏବେ ସେଥିରେ ପୂର୍ଣ୍ଣଛେଦ ପଡିଯାଇଛି। ଶୁଣିବାକୁ ମିଳୁଛି ଅମୀର ଖାନ୍‌ ଚାହୁଁଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଆଉ ଜଣେ ଖାନ୍‌ ଅଭିନୟ କରନ୍ତୁ।
ଏବେ ଆପଣ ଜାଣିବାକୁ ଚାହିଁବେ, ଏହି ଖାନ୍‌ ଜଣକ କିଏ? ହଁ ସେ ହେଲେ ସଲମାନ୍‌ ଖାନ୍‌। ଆହୁରି ମଧ୍ୟ କୁହାଯାଉଛି ଯେ ଇତିମଧ୍ୟରେ ଅମୀର ଖାନ୍‌ ଏ ସଂପର୍କରେ ସଲମାନ୍‌ ଖାନ୍‌ଙ୍କ ସହିତ କଥା ହୋଇଛନ୍ତି। ସଲମାନ୍‌ ବି ରାଜି ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଉଭୟ ଅମୀର ଖାନ୍‌ ଓ ସଲମାନ୍‌ ଖାନ୍‌ ‘ମହାଭାରତ’ ର ନିର୍ମାଣ ସଂପର୍କରେ ସାକ୍ଷାତ ଆଲୋଚନା କରିଛନ୍ତି ବୋଲି ଜଣେ ନିର୍ଦ୍ଦେଶକ କହିଛନ୍ତି । ସେ କହିଛନ୍ତି ଯେ ଅମୀର୍‌ ସଲମାନ୍‌ଙ୍କୁ ଏହି ଅବସରରେ ଶ୍ରୀକୃଷ୍ଣ ଭୂମିକା ପାଇଁ ପ୍ରସ୍ତାବ ଦେଇଥିଲେ। ସଲମାନ୍‌ ଏଥିରେ ସମ୍ମତି ବି ଦେଇଛନ୍ତି।

Advertisment

publive-image
ଯଦି ଏହା ସତ ହୁଏ, ତେବେ ଦର୍ଶକ ଅନେକ ବର୍ଷ ପରେ ପୁଣି ପରଦା ଉପରେ ଅମୀର ଓ ସଲମାନଙ୍କୁ ଏକାଠି ଦେଖିବାକୁ ପାଇବେ। ଏହି ଦୁଇ ଦାମୀ କଳାକାର ୧୯୯୪ରେ ମୁକ୍ତିଲାଭ କରିଥିବା ‘ଅନ୍ଦାଜ୍‌ ଅପ୍‌ନା ଅପ୍‌ନା’ ରେ ଏକାଠି କାମ କରିଥିଲେ। ଦେଖାଯାଉ ସଲମାନ୍‌ ‘ମହାଭାରତ’ରେ ଶ୍ରୀକୃଷ୍ଣ ଭୂମିକା ନିଭାଉଛନ୍ତି କି ନା!