ସମ୍ବିତଙ୍କ ସହ ରୋମାନସ କରିପାରିଲେନି ବାବୁସାନଙ୍କ ଏହି ନାୟିକା, ଏବେ କରୁଛନ୍ତି ଏହି କାମ

ଭୁବନେଶ୍ୱର: ୨୦୧୮ ରଜରେ ରିଲିଜ୍‌ ହୋଇଥିବା ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଜରିଆରେ ଓଲିଉଡର ଚୁଲୁବୁଲି ନାୟିକା ଦିବ୍ୟାଦିଶା ମହାନ୍ତି ଏଣ୍ଟ୍ରି ନେଇଥିଲେ। ଏହାର ନିର୍ଦ୍ଦେଶକ ହେଲେ ଅଶୋକ ପତି। ତରଙ୍ଗ ସିନେ ପ୍ରଡକ୍‌ସନ୍‌ସ ବ୍ୟାନରରେ ନିର୍ମିତ ଏହି ସିନେମାରେ ଦିବ୍ୟାଦିଶାଙ୍କୁ ଓଲିଉଡର ସୁପରଷ୍ଟାର ବାବୁସାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ଦିବ୍ୟାଦିଶା ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚିତା ହୋଇଥିଲେ।
‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ପରେ ଦିବ୍ୟାଦିଶା ଅନ୍ୟ ଏକ ଓଡ଼ିଆ ସିନେମା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ଏହି ସିନେମାର ଟାଇଟଲ୍‌ ହେଲା‘ଫିଲ୍‌ ମାଇଁ ଦିଲ୍‌’। ଏହି ଫିଲ୍ମରେ ଦିବ୍ୟାଦିଶା ଓଲିଉଡର ଅନ୍ୟତମ ଲୋକପ୍ରିୟ ନାୟକ ସମ୍ବିତଙ୍କ ସହ କାମ କରିଥାନ୍ତେ।ଏହି ସିନେମାର ମହୁରତ୍‌ ବି ଅନୁଷ୍ଠିତ ହୋଇଥିଲା। ମାତ୍ର ତା’ର ସୁଟିଂ ଆରମ୍ଭ ହୋଇପାରିନଥିଲା। ଶୈଳେନ୍ଦ୍ର ମିଶ୍ର ଏହି ସିନେମାର ନିର୍ଦ୍ଦେଶକ।


ତେବେ ସେ ଯାହା ହେଉନା କାହିଁକି, ଦିବ୍ୟାଦିଶା  ତାଙ୍କର ଦ୍ୱିତୀୟ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’ ର କାମରେ ବ୍ୟସ୍ତ ଅଛନ୍ତି। ଏଥିରେ ଦିବ୍ୟାଦିଶାଙ୍କ ନାୟକ ହେଲେ ପ୍ରଦୀପ। ପ୍ରଦୀପ ଇତି ମଧ୍ୟରେ ଦୁଇଟି ଓଡ଼ିଆ ସିନେମା ‘କିଏ ଦବ ଟକ୍କର’ଓ ‘ବୋବାଲ୍‌ ଟୋକା’ରେ ନାୟକ ଭାବେ ଅଭିନୟ କରିସାରିଛନ୍ତି।

‘ପ୍ରେମ ଏଟିଏମ୍‌’ଏକ ରୋମାଣ୍ଟିକ-କମେଡି ବୋଲି କୁହାଯାଉଛି। ଏହି ଫିଲ୍ମର ନିର୍ମାଣ କରୁଛନ୍ତି ନବନୀତ ମିଶ୍ର। ବାଣେଶ୍ୱର ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶକ ହେଲେ ସୁଧାଂଶୁ ମୋହନ ସାହୁ।

ସମ୍ବନ୍ଧିତ ଖବର