ମୋରକୋ ଅନ୍ତର୍ଗତ ପଶ୍ଚିମ ସାହାର ଅଞ୍ଚଳରେ ଏକ ସୁଦୀର୍ଘ ବାଲୁକା ପ୍ରାଚୀର ମାନବାଧିକାର ଭଙ୍ଗ କରୁଥିବାର ଗୁରୁତର ଅଭିଯୋଗ ହେଉଛି। ସାହାରାଵି ସ˚ପ୍ରଦାୟର ଲୋକଙ୍କ କବଳରୁ ନାଗରିକଙ୍କ ସୁରକ୍ଷା ନିମନ୍ତେ ୧୯୮୭ରେ ସେହି ବାଲୁକା ପ୍ରାଚୀର ନିର୍ମାଣ କରାଯାଇଥିଲା। ତାହା ଭିତରେ ଲୁହା ତାର, ପଥର, କଣ୍ଟା, କାଚ, ଲାଣ୍ତ୍ମାଇନ୍ସ ଆଦି ଖଞ୍ଜାଯାଇଛି, ଅର୍ଥାତ୍, କେହି ଅନୁପ୍ରବେଶ କରିବାକୁ ଉଦ୍ୟମ କଲେ ପ୍ରାଣ ଯିବାର ଆଶଙ୍କା ସବୁ ବେଳେ ରହିଛି।
/sambad/media/post_attachments/dc1837b1708929cd88f3723c58a57ea1e260e6efc8064f44c38cd50677f2e667.jpg)
ତଥାପି ପ୍ରାଚୀର ଅତିକ୍ରମ କରିବାକୁ ସାହାରାୱିମାନେ ପଛଘୁଞ୍ଚା ଦେଉନାହାନ୍ତି। ପ୍ରାଚୀରଟି ଅଦ୍ୟାବଧି ପଚିଶ ଶହରୁ ଅଧିକ ସାହାରାଵିଙ୍କ ଜୀବନ ନେଲାଣି। ଏହା ଦ୍ବାରା ସାହାରାଵିଙ୍କ ମାନବାଧିକାର କ୍ଷୁଣ୍ଣ ହେଉଛି। ତେବେ ନିଜର ନାଗରିକଙ୍କ ସ୍ବାର୍ଥ ସହ ସାଲିସ କରିବା ପାଇଁ ସେଠାକାର ସରକାର ଚାହୁଁନାହିଁ। ତେଣୁ, ଦାବି ହେଉଥିବା ସତ୍ତ୍ବେ ପ୍ରାଚୀର ଭଙ୍ଗାଯାଉନାହିଁ।