ମୁମ୍ବାଇ: ବଲିଉଡ଼୍ର ପ୍ରଖ୍ୟାତ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନୀ ଆଧାରିତ ସିନେମା ଚଳିତ ବର୍ଷ ଜୁନ୍ ମାସରେ ରିଲିଜ୍ ହେବ।ଏହି ଫିଲ୍ମରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଛନ୍ତି।ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ଅନୁଷ୍କା ଶର୍ମା,ଦୀୟା ମୀର୍ଜା,ସୋନମ କପୁର ଓ ପରେଶ ରାଓ୍ଵଲ୍ ପ୍ରମୁଖ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୁନ୍ନାଭାଇ ଏମ୍ବିବିଏସ୍,ଲଗେ ରହୋ ମୁନ୍ନା ଭାଇ, ଥ୍ରି ଇଡ଼ିଅଟ୍ସ ଓ ପିକେ ଭଳି ଲୋକପ୍ରିୟ ସିନେମାର ନିର୍ଦ୍ଦେଶକ ରାଜ କୁମାର ହିରାନୀ।
ଏହି ଫିଲ୍ମ ରିଲିଜ୍ ହେବା ଆଗରୁ ନିର୍ଦ୍ଦେଶକ ରାଜ କୁମାର ହିରାନୀ ଏହି ବାୟୋପିକ୍ ସିନେମା ସଂପର୍କରେ କେତେକ ରୋଚକ ତଥ୍ୟ ଦେଇଛନ୍ତି,ଯାହା ଅନେକାଂଶରେ ସଞ୍ଜୟ ଦତ୍ତଙ୍କ ସଂପର୍କୀତ ଅଟେ।
ସଞ୍ଜୟ ଦତ୍ତଙ୍କ ସହିତ ପ୍ରଥମ ଦୁଇଟି ସିନେମା କରିବା ପରେ ବି ରାଜକୁମାର ହିରାନୀ ଜାଣିବାକୁ ପାଇଥିଲେ ଯେ ସେ ସଂଜୁବାବାଙ୍କ ସଂପର୍କରେ ମାତ୍ର ଏକ ପ୍ରତିଶତ କଥା ଜାଣନ୍ତି।ସଂଜୟ ଦତ୍ତଙ୍କ ବିଷୟରେ ସେ ଅନେକ କଥା ଶୁଣିଥିଲେ ଓ କେତେକ କଥା ବିଭିନ୍ନ ମାଗାଜିନ୍ରୁ ପଢ଼ିଥିଲେ,ହେଲେ ତା’ର ସତ୍ୟାସତ୍ୟ ଜାଣିବାକୁ ରାଜ କୁମାର ହିରାନୀ ପ୍ରୟାସ କରିଥିଲେ।ଏହି ଆଗ୍ରହ ତାଙ୍କୁ ସଂଜୁବାବାଙ୍କ ସହିତ ମିଶିବା ଲାଗି ଅଧିକ ପ୍ରେରିତ କରିଥିଲା।
/sambad/media/post_attachments/wp-content/uploads/2018/02/sanjaydutt-biopicbollywoodlife.com_-1-300x293.jpg)
ରାଜ କୁମାର ହିରାନୀ କହନ୍ତି ଯେ,ଥରେ ସଞ୍ଜୟ ଦତ୍ତ ଜେଲ୍ରୁ ପାରୋଲ୍ ରେ ଆସିଥିବା ବେଳେ ତାଙ୍କ ଘରେ ପହଞ୍ଚିଥିଲେ। ପ୍ରଥମ ଦିନ ଲଗାତାର ଆଠ ଘଣ୍ଟା ଯାଏଁ ସଂଜୁବାବାଙ୍କ ମୁହଁରୁ ତାଙ୍କ ଜୀବନର କେତେକ କଥା ଶୁଣିଥିଲେ।ଏହାପରେ ଗୋଟିଏ ନୁହେଁ କି ଦୁଇ ଦିନ ନୁହେଁ ,କ୍ରମାଗତ ଭାବେ ୨୫ ଦିନ ଯାଏଁ ସଂଜୟ ଦତ୍ତ ନିର୍ଦ୍ଦେଶକ ରାଜ କୁମାର ହିରାନୀ ଓ ଲେଖକ ଅଭିଜାତ୍ ଯୋଶୀଙ୍କୁ ନିଜ ଜୀବନର ଅଭୁଲା ଘଟଣାମାନ ବର୍ଣ୍ଣନା କରିଥିଲେ। ଏହି ୨୫ ଦିନର କଥା ଶୁଣିବାପରେ ଉଭୟଙ୍କର ମନେହେଲା ଯେମିତି ଏକ ସଂପୂର୍ଣ୍ଣ ସିନେମାର କାହାଣୀ ସେମାନେ ଜାଣିଗଲେ।