‘କେଦାର୍‌ନାଥ୍‌’ ନୁହେଁ , ଏହା ହୋଇପାରେ ସାରା ଅଲ୍ଲୀ ଖାନଙ୍କ ପ୍ରଥମ ସିନେମା !

ମୁମ୍ବାଇ:ସୈଫ୍‌-ଅମୃତା ସିଂହଙ୍କ ଲଳନା ସାରା ଅଲ୍ଲୀ ଖାନ ‘କେଦାର୍‌ନାଥ୍‌’ଫିଲ୍ମରୁବଲିଉଡ଼୍‍ରେ ତାଙ୍କର ଡ଼େବ୍ୟୁ ଆରମ୍ଭ କରୁଛନ୍ତି। କିନ୍ତୁ ଏବେ ଯାହାସବୁ ଘଟିଲାଣି ସେଥିରୁ ଜଣାପଡ଼ୁଛି ଯେ ଏହା ବୋଧହୁଏ ସାରାଙ୍କର ପ୍ରଥମ ସିନେମା ହୋଇ ନପାରେ। କାରଣ‘କେଦାର୍‌ନାଥ୍‌’ ର ରିଲିଜ୍‌ ତାରିଖକୁ ନେଇ ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କ ଭିତରେ ଟଣାଓଟରା ଲାଗିଛି। ଖାଲି ସେତିକି ନୁହେଁ ମାମଲା ନ୍ୟାୟାଳୟକୁ ବି ଗଲାଣି। ସୈଫ ଅଲି ଖାନଙ୍କ ଝିଅ ସାରା ଅଭିଷେକ କପୁରଙ୍କ ଫିଲ୍ମ “କେଦାରନାଥ’’ ସୁଟିଂ ବନ୍ଦ କରିଥିବା ଖବର ସାଧାରଣ ହୋଇଯାଇଥିବା ବେଳେ, ନିର୍ଦ୍ଦେଶକ ଅଭିଷେକ କପୁର ଏବଂ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି। ଖବର ମୁତାବକ ଫିଲ୍ମ ନିର୍ଦେଶକ ଅଭିଷେକ କପୁର ଏବେ କପୁର ପରିବାରର ସାମ୍ନା କରିବାକୁ ପଛଘୁଂଚା ଦେଉଛନ୍ତି । ଫିଲ୍ମ ସୁଂଟି ଅଚାନକ ବନ୍ଦ କରି ଦିଆଯାଇଥିବାରୁ ସାରା ଅଲି ଖାନଙ୍କ ମା ଅମୃତା ସିଂ ଅତ୍ୟନ୍ତ ବ୍ୟସ୍ତ ହୋଇପଡିଥିଲେ ବୋଲି କିଛି ଦିନ ତଳେ ଖବର ଆସିଥିଲା । ତେବେ ସୈଫ ମଧ୍ୟ ଅଭିଷେକଙ୍କ ଉପରେ ରାଗିଥିବା ଶୁଣିବାକୁ ମିଳୁଛି ।

ସୂଚନା ଅନୁସାରେ, ଏବେ ଫିଲ୍ମର ସୁଟିଂ ବନ୍ଦ କରିଦିଆଯିବ । ଏବେ ଏହି ମାମଲା କୋର୍ଟରେ ପହଂଚିଛି ଏବଂ ସାରା ଅଲି ଖାନଙ୍କ କ୍ୟାରିଅର ଅନ୍ଧାର ମଧ୍ୟକୁ ଚାଲି ଯାଇଛି । ଫିଲ୍ମ ନିର୍ମାତାଙ୍କ ଯାହାବି ଲାଭ କ୍ଷତି ହେଉ ନା କାହିଁକି, ହେଲେ ବଲିଉଡ ଜଗତରେ ପ୍ରଥମ କରି ପାଦ ଦେବାକୁ ଯାଉଥିବା ସାରା ଅଲି ଖାନଙ୍କ ପାଇଁ ଏହା ଏକ ବଡ ଝଟକା ଭାବେ ପ୍ରମାଣିତ ହୋଇପାରେ । ପ୍ରଥମେ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ପରେ ଏହା ଆଇନ କାନୁନ ମଧ୍ୟରେ ଫସିଯାଇଛି ।ଏହାକୁ ଲକ୍ଷ୍ୟ କରିସାରାଙ୍କ ପିତା ସୈଫ୍‌ ଅଲ୍ଲୀ ଖାନ୍‌ ଝିଅପାଇଁ ଅନ୍ୟ ଫିଲ୍ମ ଖୋଜିଲେଣି। ଏହା ହେଲା ରୋହିତ ସେଟ୍ଟୀଙ୍କ ‘ସିମ୍ବା’।

photo–youtube

‘ସିମ୍ବା’ରେ ରଣବୀର ସିଂହଙ୍କ ବିପକ୍ଷରେ କିଏ ନାୟିକା ଭୂମିକା ନିଭାଇବେ,ତାହା ଏଯାବତ୍‌ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ବଲିଉଡ଼୍‍ରେ ଚର୍ଚ୍ଚା ଚାଲିଥିଲା ଯେ,ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ କନ୍ୟା ଜାହ୍ନବୀ କପୁର ‘ସିମ୍ବା’ରେ ରଣବୀରଙ୍କ ସାଥ୍‌ ପାଇ ପାରନ୍ତି। କୁହାଯାଉଛି ଯେ, ନିର୍ମାତା କରଣ ଜୋହର ଇତିମଧ୍ୟରେ ଏହି ଫିଲ୍ମ ପାଇଁ ଜାହ୍ନବୀଙ୍କୁ ଆପ୍ରୋଚ୍‌ କରିଛନ୍ତି। ସେ ଶ୍ରୀଦେବୀଙ୍କ ସହିତ ମଧ୍ୟ ଏ ବିଷୟରେ କଥା ହୋଇଛନ୍ତି। ଏଣେ ସୈଫ ବି ଏହି ସିନେମାରେ ସାରାଙ୍କୁ ଫିମେଲ ଲିଡରେ ନେବାଲାଗି ରୋହିତ ଏବଂ କରଣ ଜୋହରଙ୍କୁ ଭେଟିଥିବା କଥା ଶୁଣିବାକୁ ମିଳୁଛି। ଯଦି ସାରା ଅଲ୍ଲୀ ଖାନ ରୋହିତ ସେଟ୍ଟୀଙ୍କ ‘ସିମ୍ବା’ ସାଇନ୍‌ କରନ୍ତି ତାହା ହେଲେ ଏହା ତାଙ୍କର ଡେବ୍ୟୁ ଫିଲ୍ମ ହୋଇପାରେ ।

ସମ୍ବନ୍ଧିତ ଖବର