ଓଡ଼ିଶାରେ ମାତୃ ଓ ଶିଶୁ ହସ୍ପିଟାଲ ପ୍ରତିଷ୍ଠା କରିବ ସତ୍ୟସାଇ ଏଜୁକେସନ୍ ଟ୍ରଷ୍ଟ

ସ୍ବାସ୍ଥ୍ୟମନ୍ତ୍ରୀ, ସଚିବଙ୍କ ସହ ଟ୍ରଷ୍ଟର ପ୍ରତିନିଧି ଦଳଙ୍କ ଆଲୋଚନା

ଭୁବନେଶ୍ବର : ଓଡ଼ିଶାରେ ଏକ ମାତୃ ଓ ଶିଶୁ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛି ସତ୍ୟସାଇ ଏଜୁକେସନାଲ୍‌ ଟ୍ରଷ୍ଟ। ଏହି ମର୍ମରେ ଆଜି ଟ୍ରଷ୍ଟର ଅଧ୍ୟକ୍ଷ ଡା.ସି.ଶ୍ରୀନିବାସ ଓ ତାଙ୍କ ପ୍ରତିନିଧି ଦଳ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ସଚିବ ଶାଳିନୀ ପଣ୍ଡିତଙ୍କୁ ଭେଟି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି।

ସତ୍ୟସାଇ ଏଜୁକେସନ୍ ଟ୍ରଷ୍ଟ ଏକ ପ୍ରତିଷ୍ଠିତ ଦାତବ୍ୟ ଅନୁଷ୍ଠାନ। ଅନୁଷ୍ଠାନ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ୩ଟି ଶିଶୁରୋଗ କାର୍ଡିଆକ କେୟାର ହସ୍ପିଟାଲ ପରିଚାଳିତ ହେଉଛି। ୪ର୍ଥ ହସ୍ପିଟାଲ ଏବେ ହାଇଦ୍ରାବାଦରେ ପ୍ରତିଷ୍ଠା ଚାଲିଛି। ଏହାସହ ଅନୁଷ୍ଠାନ ପକ୍ଷରୁ ମଧ୍ୟ କାର୍ଡିଆକ କେୟାର ହସ୍ପିଟାଲ ପରିଚାଳିତ ହେଉଛି। ଏସବୁ ହସ୍ପିଟାଲରେ ମାଗଣା ସେବା ମିଳିଥାଏ। ଭାରତ ସମେତ ୧୫ଟି ଦେଶର ଶିଶୁ ଓ ନାଗରିକ ଏହି ହସ୍ପିଟାଲରେ ମାଗଣାରେ ଚିକିତ୍ସା ହୋଇପାରୁଛନ୍ତି। ଓଡ଼ିଶାର ମଧ୍ୟ ୧୧ହଜାରରୁ ଅଧିକ ଅଧିକ ଶିଶୁ କାର୍ଡିଆକ କେୟାରରେ ବହିର୍ବିଭାଗ ଚିକିତ୍ସା ପାଇଛନ୍ତି। ରାଜ୍ୟରେ ଅନୁଷ୍ଠାନ ପକ୍ଷରୁ ଶିଶୁ ଓ ମାତୃ ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ବାରା ସୁପର ସ୍ପେଶାଲିଷ୍ଟ ଚିକିତ୍ସା ମିଳିପାରିବ। ଏହି ଚିକିତ୍ସା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ରଭାବେ ପରିଗଣିତ ହେବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଏହି ଆଲୋଚନାରେ ସ୍ବାସ୍ଥ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର