ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ କଲେଜିଅମ୍ ଏହାର ଛଅ ଜଣବିଚାର ବିଭାଗୀୟ ଅଧିକାରୀ ଓ ଦୁଇ ଆଇନଜୀବୀଙ୍କ ନାମର ଖୁଲାସା କରିଛନ୍ତି। ଏମାନଙ୍କ ନାଆଁ ସର୍ବୋଚ୍ଚ ନ୍ୟାୟାଳୟର ଓ୍ଵବସାଇଟ୍ରେ ତିନି ଉଚ୍ଚ ନ୍ୟାୟାଳୟର ଜଜ୍ ଭାବେ ନିଯୁକ୍ତି ଦେବା ଲାଗି ସୁପାରିଶ୍ କରାଯାଇଛି।
ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ସାତ ଅତିରିକ୍ତ ଜଜ୍ମାନଙ୍କର ନାମ ସୁପାରିଶ୍ କରିଛନ୍ତି,ସେମାନେ ହେଲେ ଜଷ୍ଟିସ୍ ଲାନୁ ସୁଙ୍ଗକମ୍ ଜମିର୍,ମାନସ ରଂଜନ ପାଠକ,ଅଚିନ୍ତ୍ୟ ମଲ୍ଲା ବୁଜୋର ବରୁଆ,କଲ୍ୟାଣ ରାୟ ସୁରାନା,ପ୍ରଶାନ୍ତ କୁମାର ଦେକା,ନେଲସନ୍ ସୈଲୋ ଓ ଅଜିତ ବୋର୍ଥକୁର। ଏମାନଙ୍କୁ ଗୌହାଟି ଉଚ୍ଚ ନ୍ୟାୟାଳୟରେ ସ୍ଥାୟୀ ଜଜ୍ ଭାବେ ନିଯୁକ୍ତି ଦେବା ଲାଗି ସୁପାରିଶ୍ କରାଯାଇଛି।
ବିଷ୍ଣୁ ପ୍ରତାପ ସିଂହ ଚୌହାନ,ରାଜୀବ କୁମାର ଶ୍ରୀବାସ୍ତବ ଓ ଶୈଳେନ୍ଦ ଶୁଳ୍କା ନାମକ ତିନି ଜଣ ବିଚାର ବିଭାଗୀୟ ଅଧିକାରୀଙ୍କୁ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ନିଯୁକ୍ତି ଦେବାକୁ ସୁପାରିଶ୍ କରାଯାଇଛି।
ସୁପ୍ରିମ କୋର୍ଟ କଲ୍କାତା ଉଚ୍ଚ ନ୍ୟାୟାଳୟର ଜଜ୍ ଭାବେ ଦୁଇ ଜଣ ଆଇନଜୀବୀ ସୌଗାତା ଭଟ୍ଟାଚାର୍ଯ୍ୟ ଓ ଅନିରୁଦ୍ଧ ରାୟ ଏବଂ ଜଣେ ବିଚାର ବିଭାଗୀୟ ଅଧିକାରୀ ଶୁଭ୍ର ଘୋଷଙ୍କ ନାମ ସୁପାରିଶ କରିଛନ୍ତି।ଜଷ୍ଟିସ୍ ରଂଜନ ଗୋଗୋଇ,ଜଷ୍ଟିସ୍ ମଦନ୍ ବି ଲୋକୁର ଓ କୁରିଆନ୍ ଜୋସେଫଙ୍କୁ ନେଇ ଏହି କଲେଜିଅମ୍ ଗଠିତ ହୋଇଛି।