ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦: ମ୍ୟାଚ୍ ଜିତି ସିରିଜ୍ କବଜା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । ଆଜିର ମ୍ୟାଚ୍ ଜିତି ସିରିଜ୍ କବଜା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୩୮ ରନରେ ହରାଇଥିଲା ଭାରତ । ତେଣୁ ଆଜିର ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ ଦଳ । ଦ୍ୱିତୀୟ ମ୍ୟାଚରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କାରଣ ପୃଥ୍ୱୀ ସ’ ଓ ସୂର୍ଯ୍ୟକୁମାର ଯାଦବ ଟେଷ୍ଟ ଦଳରେ ସ୍ଥାନ ପାଇ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଫଳରେ ଦୁଇ ଜଣ ଆଜି ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ଉଭୟଙ୍କୁ ବିଶ୍ରାମ ଦିଆଗଲେ ଦେବଦତ୍ତ ପାଡିକଲ ଓ ଋତୁରାଜ ଗାଏକୱାର୍ଡଙ୍କୁ ସୁଯୋଗ ମିଳିବ । ଆଜି ମ୍ୟାଚରେ ସଞ୍ଜୁ ସାମସନଙ୍କ ଉପରେ ନଜର ରହିବ । ଏପର୍ଯ୍ୟନ୍ତ ତାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିନାହିଁ । ସେହିପରି ବୋଲିଂ ବିଭାଗରେ କୌଣସି ପରିବର୍ତ୍ତନ କରାଯାଇନପାରେ । ଅନ୍ୟପଟେ ପ୍ରଥମ ମ୍ୟାଚ୍ ହାରି ଥିବାରୁ ଆଜିର ମ୍ୟାଚ୍ ଜିତି ସିରିଜକୁ ଫେରିବାକୁ ଚେଷ୍ଟା କରିବ ଘରୋଇ ଦଳ ।

ସମ୍ବନ୍ଧିତ ଖବର