ବିମାନ ଉଡ଼ାଣକୁ ନେଇ ଯାତ୍ରୀ ଓ ବିମାନ କମ୍ପାନି ପାଇଁ ଏସଓପି ଜାରି କଲେ କେନ୍ଦ୍ର ସରକାର, ବଦଳିଛି ଏହି ସବୁ ନିୟମ

ନୂଆଦିଲ୍ଲୀ: ଦେଶରେ ଖୁବ ଶୀଘ୍ର ବିମାନ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ସରକାର ଏ ନେଇ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି। ସରକାର ବିଚାର କରୁଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ ରହିଛି କ୍ୟାବିନ ଲଗେଜ୍  ନେବା ଏବଂ ୮୦ବର୍ଷରୁ ଅଧିକ ବର୍ଷ ବୟସ୍କ ଯାତ୍ରୀଙ୍କୁ ଉଡ଼ାଣ ପାଇଁ ଅନୁମତି ନଦେବାକୁ ବାରଣ କରାଯାଇଛି।

୧. ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତାବିତ ଏସଓପି ଅନୁଯାୟୀ ସାମାଜିକ ଦୂରତା ନିୟମକୁ ପାଳନ କରାଯାଇ ବିମାନରେ ଥିବା ମଝି ସିଟକୁ ଖାଲି ରଖାଯିବ |
୨.ଟର୍ମିନାଲ୍ ଫାଟକରେ ଭିଡ଼କୁ କମ୍ କରିବା ପାଇଁ ଯାତ୍ରୀଙ୍କ ଆଇଡି ଯାଞ୍ଚ ମଧ୍ୟ ଆବଶ୍ୟକ ହେବ ନାହିଁ |
୩. ଘରେ ୱେବ୍ ଚେକ୍ ଇନ୍ ସାରିବା ପରେ ହିଁ ସମସ୍ତ ଯାତ୍ରୀ ବିମାନବନ୍ଦରକୁ ଆସିବା ବାଧ୍ୟତାମୂଳକ କରାଯିବ। ବିମାନ ବନ୍ଦରରେ ଯାତ୍ରୀମାନଙ୍କ ପାଇଁ ରିପୋର୍ଟିଂ ସମୟ ଦୁଇ ଘଣ୍ଟାକୁ  ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି।
୪. ଯେଉଁମାନଙ୍କର ବିମାନ ଆଗାମୀ ୬ଘଣ୍ଟା ମଧ୍ୟରେ ଉଡ଼ାଣ ଭରିବାକୁ ଥିବ, କେବଳ ସେହି ଯାତ୍ରୀମାନଙ୍କୁ ବିମାନବନ୍ଦର ଭିତରକୁ ଯିବାକୁ ଅନୁମତି ଦିଆଯିବ |
୫.ବିମାନ ଚଳାଚଳ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟରେ ଯାତ୍ରୀଙ୍କୁ କେବଳ ୨୦କିଲୋଗ୍ରାମରୁ କମ୍ ଓଜନ ବିଶିଷ୍ଟ ଚେକ୍ ଇନ୍ ବ୍ୟାଗେଜ୍ ନେବାକୁ ଅନୁମତି ଦିଆଯିବ।
୬.୮୦ବର୍ଷରୁ ଅଧିକ ବର୍ଷର ଲୋକଙ୍କୁ ବିମାନରେ ବସିବାକୁ ଅନୁମତି ଦିଆଯିବ ନାହିଁ | ପ୍ରସ୍ତୁତ ହୋଇଥିବା ଏସଓପି ଅନୁଯାୟୀ, ୮୦ବର୍ଷରୁ ଅଧିକ ବର୍ଷର ଲୋକଙ୍କୁ ବିମାନରେ ଯିବା ପାଇଁ ଅନୁମତି ନଦିଆଯିବ ସହ ଶରୀରର ତାପମାତ୍ରା ଅଧିକ ଥିବା ଜଣା ପଡିଲେ ଯାତ୍ରୀଙ୍କ ଉଡ଼ାଣ ତାରିଖକୁ ବଦଳାଇଦିଆଯିବ |
୭.ସମସ୍ତ ଯାତ୍ରୀଙ୍କ ପାଇଁ ‘ଆରୋଗ୍ୟ ସେତୁ’ ଆପ୍ ଡାଉନଲୋଡ୍ କରିବା ବାଧ୍ୟତାମୂଳକ ହେବ | କେବଳ “ଗ୍ରୀନ ଷ୍ଟାଟସ” ଥିବା ଲୋକଙ୍କୁ ବିମାନବନ୍ଦରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ |

How Airlines Trick You into Buying 'Cheap' Flights - Condé Nast ...
Condé Nast Traveler

୮. ବିମାନ ଉଡ଼ାଣ ଭରିବାର ତିନି ଘଣ୍ଟା ପୂର୍ବରୁ ଚେକ୍ ଇନ୍ କାଉଣ୍ଟର ଖୋଲିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଉଡ଼ାଣ ଭରିବାର ୬୦ରୁ ୭୫ମିନିଟ୍ ପୂର୍ବରୁ ଚେକ୍ ଇନ୍ କାଉଣ୍ଟର ବନ୍ଦ କରିବାକୁ କୁହାଯାଇଛି | ଉଡ଼ାଣର ଏକ ଘଣ୍ଟା ପୂର୍ବରୁ ବୋର୍ଡିଂ ଆରମ୍ଭ ହେବ ଏବଂ ୨୦ ମିନିଟ୍ ପୂର୍ବରୁ ଫାଟକ ବନ୍ଦ କରିଦିଆଯିବା |

୯.ଯାତ୍ରୀଙ୍କ ଯାଞ୍ଚକୁ କମ୍ କରିବାକୁ କୁହାଯାଇଛି | ଯଦି ମେଟାଲ ଡିଟେକ୍ଟର ବିପ୍ କରେ ତେବେ ଯାଇ ଯାତ୍ରୀଙ୍କ ଯାଞ୍ଚ କରିବାକୁ କୁହାଯାଇଛି | ପ୍ରସ୍ତୁତ ଏସଓପିରେ ମଧ୍ୟ ଯାତ୍ରୀଙ୍କ ବୋର୍ଡିଂ ପାସରେ ଷ୍ଟାମ୍ପ ନକରିବାକୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସ୍ଏଫ୍)କୁ କୁହାଯାଇଛି ।
୧୦. ଯାତ୍ରୀମାନେ ବିମାନ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ବୋର୍ଡିଂ ଗେଟ୍‌ରେ ଦ୍ଵିତୀୟ ଥର ତାପମାତ୍ରା ଯାଞ୍ଚ କରିବାକୁ ଏୟାରଲାଇନ୍ସକୁ କୁହାଯାଇଛି।

୧୧.ଯାତ୍ରୀମାନଙ୍କୁ ବିମାନରେ ଭୋଜନ ଦିଆଯିବ ନାହିଁ | ବିମାନର ରୋଷେଇଶାଳାରେ କପ୍ ଏବଂ ବୋତଲରେ ପାଣି ଉପଲବ୍ଧ ହେବ |

୧୨. ବିମାନ ସିଟର ଶେଷ ତିନି ଧାଡି ଯାତ୍ରୀଙ୍କ ଆସୋଲେସନ ପାଇଁ ଖାଲି ରଖାଯିବ | ଯଦି ଯାତ୍ରା ସମୟରେ କୌଣସି ଯାତ୍ରୀ ହଠାତ ଅସୁସ୍ଥ ହୋଇପଡନ୍ତି, ତେବେ ସେମାନଙ୍କୁ ପୃଥକବାସ ପାଇଁ ଖାଲି ରଖାଯାଇଥିବା ସିଟକୁ ନିଆଯିବ | ଏହି ଯାତ୍ରୀଙ୍କ ଦେଖାଶୁଣା କରୁଥିବା କ୍ରୁ ସଦସ୍ୟମାନେ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ପିନ୍ଧିବେ। ଏହିପରି ଏକରୁ ଅଧିକ ମାମଲାର ମୁକାବିଲା ପାଇଁ ବିମାନରେ ପର୍ଯ୍ୟାପ୍ତ ସଂଖ୍ୟକ ପିପିଇ କିଟ ଉପଲବ୍ଧ ହେବ |

ସମ୍ବନ୍ଧିତ ଖବର