ମାଲକାନଗିରି: ରାତି ପାହିଲେ ସ୍ବାଧୀନତା ଦିବସ ରହିଥିବା ବେଳେ ପୁଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ଯଦିଓ ଜିଲ୍ଲାରେ ନକ୍ସଲଙ୍କ ପାଦୁର୍ଭାବ କମିଛି, କିନ୍ତୁ କୌଣସି ମୁହୂର୍ତ୍ତରେ କିଛି ଘଟାଇବାର ଆଶଂକାକୁ ଏଡାଇ ଦିଆଯାଇନପାରେ।ତେଣୁ ଗୁଇନ୍ଦା ବିଭାଗକୁ ସତର୍କ କରାଯାଇଥିବା ବେଳେ ନକ୍ସଲଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖାଯାଇଛି।ପଡୋଶୀ ଛତିଶଗଡ଼ରେ ନକ୍ସଲଙ୍କ ହିଂସା ବଢୁଥିବାରୁ ପୁଲିସ ତରଫରୁ ଘନ ଘନ ଚଢାଉ କରାଯାଉଛି। ଫଳରେ ନକ୍ସଲ ଏବେ ଘାଇଲା ବାଘ ଭଳି ରହିଛନ୍ତି। ତେଣୁ ସୀମାକୁ ସିଲ କରିଦିଆଯାଇଛି। ସମସ୍ତ ଯାନବାହାନକୁ କଡାକଡି ଯାଞ୍ଚ କରାଯାଉଥିବା ବେଳେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇ ପଚରାଉଚରା କରାଯାଉଛି।
/sambad/media/post_attachments/wp-content/uploads/2024/08/MKg-surakhya-kada-kadi-3.jpg)
ମାଲକାନଗିରି ଜିଲ୍ଲାସ୍ତରୀୟ ପତାକା ଉତ୍ତୋଳନ କରିବେ ରାଜ୍ୟ ଉଚ୍ଚ ଶିକ୍ଷା ତଥା ଯୁବ କ୍ରୀଡା ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।ମନ୍ତ୍ରୀଙ୍କ ଆଗମନକୁ ନେଇ ଜିଲ୍ଲାକୁ ତ୍ରିରଙ୍ଗାମୟ କରାଯାଇଛି। ସ୍ଥାନୀୟ ଡିଏନକେ ପଡ଼ିଆରେ ପତାକା ଉତ୍ତୋଳନ ମନ୍ତ୍ରୀ କରିବେ।ପୁଲିସ ତରଫରୁ ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ମୁତୟନ କରାଯାଇଛି।
ସ୍ବାଭିମାନ ଅଂଚଳରେ ଥିବା ବହୁ ସହିଦସ୍ତମ୍ଭଗୁଡ଼ିକ ଏବେ ବି ଠିଆ ହୋଇ ରହିଛି। ପୁଲିସ କିମ୍ବା ବିଏସଏଫ ତରଫରୁ ଏଗୁଡିକକୁ ଧ୍ବଂସ କରାଯାଇନାହିଁ। ଏହି ସହିଦସ୍ତମ୍ଭ ଉପରେ ତ୍ରିରଙ୍ଗା ପାତାକା ଧରି ସ୍ଥାନୀୟ ଲୋକେ ବିଜୟର ଖୁସି ମନାଇଥିଲେ। ଏକଦା ଏଠାରେ ତ୍ରିରଙ୍ଗା ପତାକା ବଦଳରେ କଳା ପତାକା ଉଡୁଥିଲା।ଏବେ ସ୍ଥିତି ବଦଳିଛି।ସ୍ବାଭିମାନ ଅଂଚଳରେ ବି ସୁରକ୍ଷାକୁ କଡାକଡି କରାଯାଇଥିବାରୁ ନକ୍ସଲ ନା ପୋଷ୍ଟର ମାରିପାରୁଛନ୍ତି ନା କଳାପତାକା ଉଡାଇ ପାରୁଛନ୍ତି।ପୁଲିସ ଓ ବିଏସଏଫର ମିଳିତ କୁମ୍ବିଂ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/MKg-surakhya-kada-kadi-1.jpg)