ହାଇଦ୍ରାବାଦ୍: ହାଇଦ୍ରାବାଦର ଏସଆର ନଗରରେ ରହୁଥିବା ମହିଳା ଜଣେ ଆତ୍ମଘୋଷିତ ବାବାଙ୍କ ଦ୍ବାରା ଠକାମିର ଶିକାର ହୋଇଛନ୍ତି । ଅଭିଯୁକ୍ତ ବାବା ଏକ ପୂଜା କରାଇବା ପାଇଁ କହି ମହିଳାଙ୍କ ଆକାଉଣ୍ଟରୁ ୨.୭ଲକ୍ଷ ଟଙ୍କା କାଢ଼ି ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମହିଳା ଏ ନେଇ ପୁଲିସରେ ଅଭିଯୋଗ କରିବା ପରେ ବୁଧବାର ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତର ନାଁ ଇ କୁମାର ଗିରିଶ ସିଂହ ବୋଲି ପୁଲିସ ସୂଚନା ଦେଇଛି।
India Todayସୂଚନା ମୁତାବକ, ଦୁଇ ମାସ ପୂର୍ବରୁ ମଧୁର ନଗରରେ ରହୁଥିବା ଗିରିଶ ସିଂହ ପୀଡ଼ିତାଙ୍କୁ ଏକ ପୂଜା କରିବା ପାଇଁ ଉପଦେଶ ଦେଇଥିଲେ। ଏହା ସହ ପୂଜା ପାଇଁ ୧ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଇବା ପରେ ପୀଡ଼ିତା ନିଜର ଏଟିଏମ୍ କାର୍ଡ ଓ ପିନ୍ ଅଭିଯୁକ୍ତ ବାବାଙ୍କୁ ଦେଇଥିଲେ। ଯାହା ପରେ ୧ଲକ୍ଷ ଟଙ୍କା ପରିବର୍ତ୍ତେ ଗିରିଶ ସିଂହ ୨.୭ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ଏ ବିଷୟରେ ପୀଡ଼ିତା ଜାଣିବା ପରେ ସେ ବାବାଙ୍କୁ ଫୋନ କରି ଟଙ୍କା ଫେରାଇବା ପାଇଁ କହିଥିଲେ। କିନ୍ତୁ ଅଭିଯୁକ୍ତ ଟଙ୍କା ଦେବା ପାଇଁ ମନା କରିଦେଇଥିଲେ। ଫଳରେ ଠକାମିର ଶିକାର ହୋଇ ପୀଡ଼ିତା ପୁଲିସରେ ଅଭିଯୋଗ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/ପ-2.jpg)