ସାନଭାଇଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ସହ ଶାହିଦ୍‌ କପୁରଙ୍କ ରୋମାନସ୍‌

ମୁମ୍ବାଇ:୨୦୧୭ରେ ଦକ୍ଷିଣ ଭାରତରେ ବକ୍ସ ଅଫିସରେ ଜବରଦସ୍ତ ଫିଲ୍ମର ହିନ୍ଦୀ ରିମେକରେ ଶାହିଦ୍‌ କପୁର କାମ କରିବେ ବୋଲି ଜଣାଯାଇଛି। ଏହି ସିନେମାରେ ଶାହିଦ୍‌ ନିଜ ସାନଭାଇ ଇଶାନ୍‌ ଖଟ୍ଟରଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ସହ ରୋମାନସ୍‌ କରିବେ ଏହି ନାୟକାଙ୍କ ନାଆଁ ହେଲା ତାରା ସୁତରୀୟା। ତାରା କରଣ ଜୋହରଙ୍କ ‘ଦି ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌’ ସିନେମାରେ ଡେବ୍ୟୁ କରିଛନ୍ତି।

କରିଥିିବା ଏକ ସିନେମା ହେଲା ‘ ଅର୍ଜୁନ ରେଡି’ । ଏଥିିରେ ବିଜୟ ଦେବରା କୋଣ୍ଡା ଓ ଶାଲିନୀ ପାଣ୍ଡେଙ୍କୁ ଦେଖିବାକୁ ମିଳିଥିଲା ମୁଖ୍ୟ ଭୂମିକାରେ । ଫିଲ୍ମର କଥାବସ୍ତୁ ହେଉଛି- ନାୟକ ଜଣେ ମେଡିକାଲ୍‌ ଷ୍ଟୁଡେଣ୍ଟ ( ଡାକ୍ତରୀ ଛାତ୍ର) । ତାଙ୍କୁ ଜଣେ ଯୁବତୀ ବିବାହ ପ୍ରସ୍ତାବ ଦିଏ, ମାତ୍ର ଛାତ୍ରଜଣକ ତାକୁ ପ୍ରତ୍ୟାଖ୍ୟାନ କରନ୍ତି । ଏହାପରେ ଉକ୍ତ ଯୁବକ ଜଣକ ପାଗଳ ହୋଇଯାଆନ୍ତି, ତେବେ ତା’ପରେ କ’ଣ ହୁଏ ତାହା ହିଁ ଫିଲ୍ମର ମୁଖ୍ୟ ପ୍ରସଙ୍ଗ ।

ମିଳିଥିବା ସୂଚନା ଅନୁସାରେ ଇତିମଧ୍ୟରେ ‘ ଅର୍ଜୁନ ରେଡି’ ର ହିନ୍ଦୀ ରିମେକ୍‌ ରାଇଟ୍‌ ସ ବିକ୍ରି କରିସାରିଛନ୍ତି ନିର୍ମାତା ମୁରୁଜ୍‌ ଖେତାନୀ ଓ ଅଶ୍ୱିନୀ ବର୍ଦେ ।

ସମ୍ବନ୍ଧିତ ଖବର