ମୁମ୍ବାଇ:ଆଜି ହେଉଛି ବଲିଉଡର ଲୋକପ୍ରିୟ ନାୟିକା ଶ୍ରଦ୍ଧା କପୁରଙ୍କ ଜନ୍ମଦିନ। ସେ ଆଜିର ତାରିଖରେ ୧୯୮୭ ମସିହାରେ ଜନ୍ମ ହୋଇଥିଲେ। ସେ ହେଉଛନ୍ତି ପ୍ରଖ୍ୟାତ ଅଭିନେତା ଶକ୍ତି କପୁରଙ୍କ କନ୍ୟା। ଶ୍ରଦ୍ଧା କପୁର ତିନପତ୍ତି ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ତେବେ ଆଜିକାଲି ବିଭିନ୍ନ କାରଣରୁ ଚର୍ଚ୍ଚାରେ ଅଛନ୍ତି ସେ।
/sambad/media/post_attachments/wp-content/uploads/2018/03/shahid-kapoor-shraddha-kapoor-india.com_-1-300x178.jpg)
ଶ୍ରଦ୍ଧା କପୁର ‘ବତ୍ତି ଗୁଲ୍ ମିଟର ଚାଲୁ’ ସିନେମାରେ ପୁଣି ଥରେ ଶାହିଦ୍ କପୁରଙ୍କ ସାଥ୍ ପାଇଛନ୍ତି। ପୁଣି ଥରେ ଶାହିଦ୍ କପୁରଙ୍କ ସହ ଏକ ସିନେମାରେ ରୋମାନସ୍ କରିବେ ବୋଲି ଜଣାଯାଇଛି। ଏକଥାକୁ ନିଜେ ପ୍ରଯୋଜିକା ପ୍ରେରଣା ଅରୋଡା ବି ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ‘ବତ୍ତି ଗୁଲ୍ ମିଟର ଚାଲୁ’ ସିନେମାରେ ନାୟିକା ଭୂମିକାଲାଗି ପ୍ରଥମେ କାଟ୍ରିନା କୈଫଙ୍କୁ ଅଫର୍ ଦିଆଯାଇଥିଲା ହେଲେ ସେ ଶାହରୁଖ୍ ଖାନଙ୍କ ସହ ଆନନ୍ଦ ଏଲ ରାୟଙ୍କ ନିର୍ଦ୍ଦେଶିତ ‘ଜିରୋ’ରେ କାମ କରୁଥିବାରୁ ତାଙ୍କ ହାତରେ ସମୟ ନଥିବା କହି ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାପରେ ଶ୍ରଦ୍ଧା କପୁରଙ୍କୁ ସେହି ରୋଲ୍ ଅଫର କରାଗଲା ଏବଂ ସେ ରାଜି ହେଲେ। ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଦର୍ଶକ ଶାହିଦ-ଶ୍ରଦ୍ଧାଙ୍କ ଯୋଡିକୁ ଫିଲ୍ମ ‘ହାଇଦର୍’ରେ ଦେଖିବାକୁ ପାଇଛନ୍ତି।
ଏଣେ ଏବେ ନିର୍ଦ୍ଦେଶକ ଅମୋଲ ଗୁପ୍ତେ ଶ୍ରଦ୍ଧା କପୁରଙ୍କୁ ନେଇ ବ୍ୟାଡମିଣ୍ଟନ ଚମ୍ପିଅନ ସାଇନା ନେହଓ୍ଵାଲଙ୍କ ଜୀବନୀ ଆଧାରିତ ଏକ ଫିଲ୍ମ ନିର୍ମାଣ କରୁଛନ୍ତି ଯେଉଁଥିରେ ସାଇନା ନେହଓ୍ଵାଲ ଚରିତ୍ର ନିଭାଉଛନ୍ତି ପ୍ରତିଭାସଂପନ୍ନା ଅଭିନେତ୍ରୀ ଶ୍ରଦ୍ଧା କପୁର। ଏହା ଛଡ଼ା ସେ ପ୍ରଭାସଙ୍କ ବିପକ୍ଷରେ ‘ସାହୋ’ରେ ବି ନଜର ଆସିବେ। ଗତ ବର୍ଷ ଶ୍ରଦ୍ଧା ଅଣ୍ଡର ଓ୍ଵାର୍ଲଡ ଡନ୍ ଦାଉଦ ଇବ୍ରାହିମର ଭଉଣୀ ହସୀନା ପାର୍କର ଭୂମିକାରେ ଫିଲ୍ମ ‘ହସୀନା’ରେ ନଜର ଆସିଥିଲେ ଶ୍ରଦ୍ଧା କପୁର।