ବଲିଉଡ଼୍ର ଲଭ ବାର୍ଡ଼ସ ସିଦ୍ଧାର୍ଥ ମାଲହୋତ୍ରା ଓ ଆଲିୟା ମଟ୍ଟଙ୍କ ଆଫେଆରକୁ ନେଇ ଚର୍ଚ୍ଚା ପ୍ରାୟ ଚାରିବର୍ଷ ଧରି ଲାଗି ରହିଛି। ଏ ଦୁହେଁ କରଣ ଜୋହରଙ୍କ ସୁପର୍ହିଟ୍ ଫିଲ୍ମ ‘ଦ ଷ୍ଟୁଡ଼େଣ୍ଟ୍ ଅଫ୍ ଦି ଇୟର୍’ସିନେମା ଜରିଆରେ ଡ଼େବ୍ୟୁ କରିଥିଲେ।
ସିଦ୍ଧାର୍ଥ ଓ ଆଲିଆ ଖୁବ୍ ଅନ୍ତରଙ୍ଗ ମିଳାମିଶା କରିଥା’ନ୍ତି।ଏପରିକି ସେ ଦୁହେଁ ସାଙ୍ଗ ହୋଇ ବିଦେଶ ଭ୍ରମଣରେ ବି ଯାଇଛନ୍ତି। ସେଥିରୁ ଅନୁମାନ କରାଯାଉଥିଲା ଯେ ଏ ଦୁହିଁଙ୍କ ଭିତରେ ସଂପର୍କ ମଜ୍ଭୁତ।ହେଲେ ମଝିରେ ଚର୍ଚ୍ଚା ହେଲା ଯେ ଉଭୟଙ୍କର ବ୍ରେକ୍ଅପ୍ ହୋଇଯାଇଛି। ବିଶେଷ କରି ‘ଏ ଜେଣ୍ଟାଲ୍ ମ୍ୟାନ୍’ଫିଲ୍ମର ସୁଟିଂ ସମୟରେ ସିଂହଳୀ ସୁନ୍ଦରୀ ଜାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ସହିତ ସିଦ୍ଧାର୍ଥ ମାଲହୋତ୍ରାଙ୍କର ପ୍ରେମସଂପର୍କ ଗଢ଼ି ଉଠିଛି ବୋଲି ଚର୍ଚ୍ଚା ହେଲା।ଦୁହେଁ କେତେକ ସ୍ଥାନରେ ଏକାଠି ବି ଯିବା ଆସିବା କରିବାର ଦେଖିବାକୁ ମିଳିଥିଲା। କୁହାଗଲା ଯେ ସିଦ୍ଧାର୍ଥ ଆଲିଆଙ୍କୁ ଛାଡ଼ି ଜାକ୍ଲିନ୍ଙ୍କ ପାଇଁ ପୁରା ପାଗଳ!
ଏକଥାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ଆଲିଆ ଭଟ୍ଟ।କିଛି ଦିନ ହେବ ଉଭୟଙ୍କ ଭିତରେ କଥାବାର୍ତ୍ତା ବି ନଥିଲା। ଏବେ ଶୁଣିବାକୁ ମିଳୁଛି ଯେ,କରଣ ଜୋହରଙ୍କ ପରାମର୍ଶରେ ସିଦ୍ଧାର୍ଥ ଓ ଆଲିଆ ସେମାନଙ୍କ ରୋମାନ୍ସକୁ ଆଉ ଏକ ସୁଯୋଗ ଦେବା ପାଇଁ ରାଜି ହୋଇଛନ୍ତି। କୁହାଯାଉଛି ଯେ ନିକଟରେ ଶାହରୁଖ୍ ଖାନ୍ଙ୍କ ବାର୍ଥ ଡ଼େ ସେଲିବ୍ରେସନ୍ ପାର୍ଟିରେ ଉଭୟ ସିଦ୍ଧାର୍ଥ ଓ ଆଲିଆ ଅଲଗା ଅଲଗା ହୋଇ ଆସିଥିଲେ। ସେ ଦୁହିଁଙ୍କର ସ୍ଥିତିକୁ ଦେଖି ଉଭୟଙ୍କର ମେଣ୍ଟର କରଣ ଜୋହର ଦୁହିଁଙ୍କୁ ଏକାଠି ନେଇ ଆଲୋଚନା କରିଥିଲେ।ଏଥିରେ ଆଲିଆ ବିଶେଷ ଉତ୍କ୍ଷିପ୍ତ ହୋଇଥିଲେ, କାରଣ ସିଦ୍ଧାର୍ଥଙ୍କ ଉପରୁ ତାଙ୍କର ଭରସା ତୁଟିଯାଇଛି ବୋଲି ସେ କହିଥିଲେ। ହେଲେ କରଣ ଜୋହର୍ ଆଲିଆଙ୍କୁ ବୁଝାଇ ସୁଝାଇ ରାଜି କରାଇଛନ୍ତି। ସେ ଦୁହେଁ ପୁଣି ପ୍ରେମ ସଂପର୍କରେ ରହି ନିଜ ଜୀବନକୁ ଉପଭୋଗ କରିବେ।