ସିଦ୍ଧାନ୍ତଙ୍କ ସହ କାମ କରିବାକୁ ଡର ମାଡ଼ିଥିଲା ଏହି ନାୟିକାଙ୍କୁ

ଭୁବନେଶ୍ୱର: ଓଲିଉଡର ନାମୀ କଳାକାରଙ୍କ ଭିତର ଜଣେ ହେଲେ ସିଦ୍ଧାନ୍ତ ମହାପାତ୍ର। ସେ କେତେବେଳେ ନାୟକ ତ ପୁଣ କେତେବେଳେ ଖଳନାୟକ ଭୂମିକାରେ ପରଦାକୁ ଆସିଛନ୍ତି। ତାଙ୍କ ସହ ଅଭିନୟ କରିବାର ଓଲିଉଡର ଅନେକ ନାୟିକାଙ୍କୁ ସୁଯୋଗ ମିଳିଛି। ଏମାନଙ୍କ ଭିତରୁ କେତେକଙ୍କୁ ପ୍ରଥମ ସିନେମାରେ ସେହି ସୁଯୋଗ ମିଳିଥିବା ବେଳେ ଆଉ କେତେକଙ୍କୁ ଦ୍ୱିତୀୟ ସିନେମାରେ ମିଳିଛି। ଗତ ବର୍ଷ ଓଲିଉଡରେ ଡେବ୍ୟୁ କରିଥିବା ଜଣେ ନାୟିକାଙ୍କ କ୍ଷେତ୍ରରେ ଦ୍ୱିତୀୟ ସିନେମାରେ ସିଦ୍ଧାନ୍ତଙ୍କ ସହ କାମ କରିବାର ସୁଯୋଗ ମିଳିଛି । ଏଠାରେ ଯେଉଁ ନାୟିକାଙ୍କ କଥା କୁହାଯାଉଛି ସେ ହେଲେ ଆହାନା। ସେ ଗତ ବର୍ଷ ରିଲିଜ୍‌ ହୋଇଥିବା ଓଡ଼ିଆ ଛବି ‘ଭୈରବ’ରେ ନଜର ଆସିଥିଲେ। ଏଥିରେ ନବାଗତ ଅସିତଙ୍କ ବିପକ୍ଷରେ ସେ ନାୟିକା ବନିଥିଲେ । ଏଥିରେ ଜଣେ ଗାଉଁଲି ଯୁବତୀ ଭୂମିକାରେ ଆହାନାଙ୍କୁ ଦେଖିବାକୁ ମିଳିଥିଲା ।

ହେଲେ ଏବେ ଜଣେ ସ୍ମାର୍ଟ ଯୁବତୀ ଭୂମିକାରେ ନଜର ଆସିବେ ଆହାନା। ହଁ ସେ ନୂଆ ଓଡ଼ିଆ ସିନେମା ‘ବ୍ଲାକମେଲ’ରେ କାମ କରିଛନ୍ତି ,ଯେଉଁଥିରେ ପ୍ରଥମ ଥରଲାଗି ତାଙ୍କୁ ସିଦ୍ଧାନ୍ତ ମହାପାତ୍ରଙ୍କ କାମ କରିବାର ସୁଯୋଗ ମିଳିଛି। ଏହି ସିନେମାରେ ସିଦ୍ଧାନ୍ତଙ୍କ ସହ ଅଭିନୟ କରିବା ବେଳେ ଭାରି ଡର ଲାଗି ଥିଲା ତାଙ୍କୁ ବୋଲି କହନ୍ତି ଆହାନା।

ତାଙ୍କ ଭାଷାରେ ‘ପ୍ରଥମେ ପ୍ରଥମେ ଏତେ ବଡ଼ ଅଭିନେତାଙ୍କ ସହ ନାଚିବା ପାଇଁ ମୋତେ ଡ଼ର ଲାଗିଥିଲା । କିନ୍ତୁ ନିର୍ଦ୍ଦେଶକ ଅମିତ୍‌ ସାର୍‌ (ଅମିତ୍‌ ନାୟକ) ମୋତେ କହିଥିଲେ କି ଯଦି ସେ ଜଣେ ବଡ଼ କଳାକାର ହୋଇ ନୁଆ ଅଭିନେତ୍ରୀଙ୍କ ସହ କାମ କରିବାକୁ ଡ଼ରୁ ନାହାନ୍ତି ,ତାହେଲେ ତମେ କଣ ପାଇଁ ଡ଼ରୁଛ । ଏହା ପରେ ମୋ ଡ଼ର କିଛି କମ୍‌ ହୋଇଥିଲା ଏବଂ ମୁଁ ଠିକ୍‌ ଭାବରେ ଡ଼୍ୟାନ୍‌ସ ଷ୍ଟେପ୍‌ କରି ପାରିଥିଲି ।’

ସମ୍ବନ୍ଧିତ ଖବର