ମୁମ୍ବାଇ: ମାଆ ବନିବେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ୍‌। ନିଜର ପ୍ରଥମ ସନ୍ତାନର ଆଗମନକୁ ନେଇ ଏକ ଇନ୍‌ଷ୍ଟା ପୋଷ୍ଟ୍‌ ଜରିଆରେ ଏହି ଘୋଷଣା କରିଛନ୍ତି ଶ୍ରେୟା। ସ୍ବାମୀ ଶିଲାଦିତ୍ୟ ଓ ତାଙ୍କ ନିଜ ନାଁକୁ ଯୋଡ଼ି ଶ୍ରେୟା ତାଙ୍କ ଶିଶୁର ଆଗୁଆ ନାମକରଣ ବି କରି ଦେଇଛନ୍ତି। ସେ ଇନଷ୍ଟା ପୋଷ୍ଟ୍‌ରେ ନିଜର ବେବି ବମ୍ପ୍‌ ଦେଖାଇ ଏକ ଫଟୋ ପୋଷ୍ଟ୍‌ କରି ଲେଖିଛନ୍ତି କି ‘ଶ୍ରୀୟାଦିତ୍ୟ/ଶ୍ରିୟାଦିତ୍ୟା ଆସୁଛି। ଶିଲାଦିତ୍ୟ ଏବଂ ମୁଁ ଏହି ଖବର ଆପଣଙ୍କ ସହ ବାଣ୍ଟି ଖୁବ୍ ଖୁସି ଅନୁଭବ କରୁଛୁ। ଆମ ଜୀବନର ଏହି ନୂତନ ଅଧ୍ୟାୟ ପାଇଁ ଆମେ ପ୍ରସ୍ତୁତ ଥିବାରୁ ଆପଣଙ୍କ ଭଲପାଇବା ଓ ଆଶୀର୍ବାଦ ଆବଶ୍ୟକ କରୁଛୁ।’

Advertisment

ସ୍ବାମୀ ଶିଲାଦିତ୍ୟା ମଧ୍ୟ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଏପରି ଏକ ପୋଷ୍ଟ୍‌ କରିଥିବାର ନଜର ଆସିଛନ୍ତି। ସେ ଲେଖିଛନ୍ତି, ‘ଆମ ଜୀବନରେ ଆସୁଥିବା ଏହି ଉତ୍ସାହ ଓ ଅନୁଭୂତି ପାଇଁ ମୁଁ ଆଉ ଅପେକ୍ଷା କରିପାରୁନି।’ ଉଲ୍ଲେଖଯୋଗ୍ୟ, ୨୦୦୫ ମସିହା ‌ଫେବ୍ରୁଆରି ୫ ତାରିଖରେ ନିଜର ପିଲାଦିନର ବନ୍ଧୁ ଶିଲାଦିତ୍ୟଙ୍କୁ ବଙ୍ଗୀୟ ଶୈଳୀରେ ବିବାହ କରିଥିଲେ କଣ୍ଠଶିଳ୍ପୀ ଶ୍ରେୟା।