ଦେବ ଦେବ ମହାଦେବଙ୍କ ଆରାଧନାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଶିବଲିଙ୍ଗରେ ଜଳାଭିଷେକ। ଅନେକ ଲୋକ ନିଜର ମାନସିକ ପୂରଣ ଲାଗି ଜଳାଭିଷେକ କରିଥାନ୍ତି,ହେଲେ ଆପଣ ଜାଣନ୍ତି କି ଶିବଲିଙ୍ଗରେ ଜଳାଭିଷେକ ବ୍ୟତୀତ ଅନ୍ୟ ତୈଳୀୟ ସାମଗ୍ରୀରେ ବି ଅଭିଷେକ କରାଯାଇଥାଏ। ଆସନ୍ତୁ ଜାଣିବା କେଉଁ ସାମଗ୍ରୀରେ ଅଭିଷେକ କରାଗଲେ କି ସୁଫଳ ମିଳିଥାଏ ।ଭଗବାନ ଶିବଙ୍କ ଲିଙ୍ଗ ଉପରେ ଦୁଗ୍ଧଧାରାରେ ଅଭିଷେକ କରାଗଲେ ବୁଦ୍ଧି ହୋଇଥାଏ।ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ,ଦୁଗ୍ଧରେ ଅଭିଷେକ କହିଲେ ମୁର୍ଖ ବି ବୁଦ୍ଧିମାନ୍ ହୋଇଯାଏ।ଏତଦ୍ବ୍ୟତୀତ ଘରେ କଳହ ବନ୍ଦ ହୋଇ ଶାନ୍ତ ପରିବେଶ ସୃଷ୍ଟି ହୋଇଥାଏ।
/sambad/media/post_attachments/wp-content/uploads/2017/12/avisek-siba-300x210.jpg)
ଶିବଲିଙ୍ଗରେ ଗଙ୍ଗାଜଳ ଅଭିଷେକ କରିଲେ ସମସ୍ତ ଭୋଗ ପ୍ରାପ୍ତ ହୋଇଥାଏ ଏବଂ ମୋକ୍ଷ ପ୍ରାପ୍ତି ମଧ୍ୟ ହୋଇଥାଏ ବୋଲି କୁହାଯାଏ।ଏଥିପାଇଁ କୁହାଯାଏ ଯେ,ଭଗବାନ ଶିବଙ୍କ ପୂଜନ ଦ୍ୱାରା ସମସ୍ତ ସୁଖ ପ୍ରାପ୍ତି ହୋଇଥାଏ। ଆଉ ଏଥିଲାଗି ଜଳାଭିେଷେକ ବି ଜରୁରୀ। ଶିବଲିଙ୍ଗରେ ଆଖୁ ରସ ଚଢ଼ାଇଲେ ସୁଖ ଓ ଆନନ୍ଦ ପ୍ରାପ୍ତ ହୋଇଥାଏ।
/sambad/media/post_attachments/wp-content/uploads/2017/12/avisek6-siba-300x258.jpg)
ଘୃତ ଅର୍ଥାତ୍ ଘିଅର ଧାରାରେ ଅଭିଷେକ କରିବା ଦ୍ୱାରା ବଂଶର ବିସ୍ତାର ଓ ରୋଗ ନାଶ ହୋଇଥାଏ। ଘୃତ ଦ୍ୱାରା ଅଭିଷେକ କରାଗଲେ,ପୁରୁଷମାନଙ୍କୁ ବିଶେଷ ଲାଭ ମିଳିଥାଏ। ସେମାନଙ୍କ ଶରୀର ଅଧିକ ଶକ୍ତିଶାଳୀ ହୋଇଥାଏ। ଶିବଲିଙ୍ଗରେ ଅତରର ଧାରାରେ ଅଭିଷେକ କରିଲେ,ଭକ୍ତଙ୍କୁ ସମସ୍ତ ଭୋଗ ଓ ସୁଖପ୍ରାପ୍ତ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ଶିବ ଲିଙ୍ଗରେ ମହୁ ଚଢ଼ାଇଲେ ଭକ୍ତର କେତେକ ଦୁରାରୋଗ୍ୟ ମଧ୍ୟ ଭଲ ହୋଇଯାଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି।