ବ୍ରହ୍ମଗିରିରେ ପ୍ରାକ୍ ନିର୍ବାଚନ ହିଂସା: ରାଜନୈତିକ ସଂଘର୍ଷରେ ଜଣେ ମହିଳାଙ୍କ ସମେତ ୬ ଜଣ ଗୁରୁତର

ବ୍ରହ୍ମଗିରି: ପୁରି ଜିଲ୍ଲାର ବ୍ରହ୍ମଗିରିରେ ପ୍ରାକ୍ ନିର୍ବାଚନୀ ହିଂସା ଘଟିଛି। ପଞ୍ଚାୟତ ନିର୍ବାଚନ ପୂର୍ବର ଏଠାରେ ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ୬ ଗୁରୁତର ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମଗିରି ବ୍ଲକ ମଣପଡା ପଞ୍ଚାୟତ ଦଣ୍ଡୁଆସିପଡା ଗାଁରେ ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ୬ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଗୋଟିଏ ଦଳର ବୋଲି ଜଣାଯାଇଛି। ଏମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ରାଜନୈତିକ କଥାକୁ ନେଇ ଉଭୟ ଦଳ ମଧ୍ୟରେ ମାରପିଟ୍ ହୋଇ ସଂଘର୍ଷ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ମାମଲାର ତଦନ୍ତ କରୁଥିବା ଜଣାଯାଇଛି।ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଥିବା କୁହାଯାଉଛି। ଏହି ଘଟଣା ଏବେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର