ଆମେ ଶୋଇବା ବେଳେ କେତେକ କଥା ପ୍ରତି ବିଶେଷ ଧ୍ୟାନ ଦେଇ ନ ଥାଉ । କିନ୍ତୁ ଏହା ଆମର ଯେ କ୍ଷତି ସାଧନ କରିବ, ସେ କଥା ଆମେ ଜାଣି ନ ଥାଉ । ତେବେ ଆସନ୍ତୁ ଜାଣିବା ଶୋଇବା ବେଳେ କ’ଣ କରିବା ଉଚିତ୍ ଓ କ’ଣ କରିବା ଅନୁଚିତ ।
- ଶୋଇବା ସମୟରେ ଏକଥା ପ୍ରତି ସତର୍କ ଦୃଷ୍ଟି ରଖିବା ଉଚିତ୍ ଯେ କୋଠରୀରେ କବାଟ ଆଡକୁ ଗୋଡ଼ ନ ରହେ । ଏଭଳି କରିବା ଅନୁଚିତ ବୋଲି କୁହାଯାଏ, କାରଣ ଏହା ଦ୍ୱାରା ଘରେ ଲକ୍ଷ୍ମୀ ପ୍ରବେଶ କରି ନଥାନ୍ତି ।
-ଘଣ୍ଟାକୁ କେବେ ବି ଶୋଇବା ସ୍ଥାନର ମୁଣ୍ଡତଳେ ବା ପଛରେ ବା ସାମ୍ନାରେ ରଖନ୍ତୁ ନାହିଁ ।
-ଯେଉଁ ଶେଯରେ ଶୋଉଛନ୍ତି, ତା’ଉପରେ ସିଂପଲ୍ ଡିଜାଇନର ତକିଆ-ଚାଦର ପକାଇବା ଉଚିତ୍ । ଅଧିକ ଡିଜାଇନର ରଙ୍ଗ ବେରଙ୍ଗ ତକିଆ ଓ ଚାଦର ପକାଇଲେ ମନର ଶାନ୍ତି ଭଙ୍ଗ ହେବ ।
- ବେଡ଼ ମଧ୍ୟରେ କୌଣସି ଲ୍ୟାଂପ୍, ପଙ୍ଖା ବା ଇଲେକ୍ଟ୍ରାନିକ୍ ଉପକରଣ ରଖିବା ଅନୁଚିତ। ଏଗୁଡିକ ରଖିଲେ ନିଜର ପାଚନ ଶକ୍ତି ରେ ସମସ୍ୟା ଦେଖା ଦେଇଥାଏ ।
/sambad/media/post_attachments/wp-content/uploads/2018/04/sleep-bhaskar.com_-300x159.jpg)
- ସର୍ବଦା ମୁଣ୍ଡକୁ ଦକ୍ଷିଣ ଓ ପାଦକୁ ପଶ୍ଚିମ ଦିଗରେ ରଖି ଶୋଇବା ଉଚିତ୍ । ଏହା ଦ୍ୱାରା ଭଲ ନିଦ ଓ ଦୀର୍ଘ ଆୟୁ ମିଳିଥାଏ ।
- ବେଡ ରୁମ୍ରେ ହାଲୁକା ଗୋଲାପି ରଙ୍ଗର ଆଲୋକ ରହିବା ଆବଶ୍ୟକ । ଏହାଦ୍ୱାରା ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ପ୍ରଗାଢ ହୋଇଥାଏ ।