ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନେକ ସ୍ମାର୍ଟଫୋନ୍ ବହୁତ ଶୀଘ୍ର ବ୍ୟାଟେରି ଶେଷ ହୋଇଯିବା ଉପଭୋକ୍ତାଙ୍କ ଲାଗି ଯେମିତି ଗୋଟେ ବଡ଼ ସମସ୍ୟା ପାଲଟିଛି। କାରଣ ଏହା ଯୋଗୁଁ ବ୍ୟକ୍ତିର ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବେଳେବେଳେ ଅଟକି ଯାଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ଫୋନ୍ ବ୍ୟାଟେରିକୁ ଅଧିକ ସମୟ ରଖିବାକୁ ଏପରି ଏକ ସେଟିଙ୍ଗ୍ ବିଷୟରେ ଜଣାଇବୁ,ଯାହାକୁକି ‘ଅନ୍’ କରିବା କ୍ଷଣି ହିଁ ଫୋନ୍ର ୩% ବ୍ୟାଟେରି ମଧ୍ୟ ୧ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ। ଏଥିସହିତ ଯେବେ ଆପଣ ଦେଖୁଛନ୍ତି କି ଆପଣଙ୍କ ଫୋନ୍ର ବ୍ୟାଟେରି ‘ଲୋ’ ହୋଇ ଯାଉଛି ଓ ଆପଣ ଚାହିଁଲେ ବି ତାହାକୁ ଚାର୍ଜ କରି ପାରୁନାହାନ୍ତି ତ,ସେହି ସମୟରେ ଆପଣଙ୍କୁ ଫୋନ୍ ମଧ୍ୟରେ ରହିଥିବା ସେଟିଙ୍ଗ୍ କୁ ‘ଅନ୍’ କରି ବ୍ୟାଟେରିକୁ ସୁରକ୍ଷିତ ରଖିବାକୁ ହେବ। ଆସନ୍ତୁ ଜାଣିବା ଏହି ସେଟିଙ୍ଗ୍ ବିଷୟରେ!
କେତେକ ଫୋନ୍ରେ ଏହି ସେଟିଙ୍ଗ୍ ‘ଅନ୍’ ହୋଇ ଆସୁଥିବାବେଳେ,ଆଉ କେତେକ ଫୋନ୍ ମଧ୍ୟରେ ଏହାକୁ ‘ଅନ୍’ କରିବାକୁ ପଡ଼ିଥାଏ। ତେବେ ବ୍ୟାଟେରିର ଏହି ସେଟିଙ୍ଗ୍ ଆପଣଙ୍କୁ ଆପଣଙ୍କର‘ ସ୍ମାର୍ଟଫୋନ୍ ସେଟିଙ୍ଗ୍ ଅପସନ୍’ରେ ହିଁ ମିଳିଯିବ।
ପ୍ରଥମ ସୋପାନ: ସର୍ବପ୍ରଥମେ ଆପଣ ଫୋନ୍ ସେଟିଙ୍ଗ୍କୁ ଯାଆନ୍ତୁ। ଏଠାରେ ଆପଣଙ୍କୁ ବ୍ୟାଟେରିର ଅପସନ୍ ଦେଖିବାକୁ ମିଳିବ,ଯାହାକୁ କି ଆପଣଙ୍କୁ କ୍ଲିକ୍ କରିବାକୁ ହେବ।
/sambad/media/post_attachments/wp-content/uploads/2018/03/smart-phone-rf-getty_0.jpg)
ଦ୍ୱିତୀୟ ସୋପାନ:ଏଥିସହିତ ଏଠାରେ ଆପଣଙ୍କୁ ‘ବ୍ୟାଟେରି ସେଭର୍’ ଅପସନ୍ ଦେଖାଯିବ । ଆପଣ ଏହାକୁ ଅନ୍ କରି ଦିଅନ୍ତୁ। ତେବେ ଏହାକୁ ‘ଅନ୍’ କରିବାପରେ ହିଁ ଆପଣମାନେ ଜାଣି ପାରିବେ କି ଆପଣଙ୍କ ଫୋନ୍ ମଧ୍ୟରେ ରହିଥିବା ୫% ଚାର୍ଜ ହଠାତ୍ ଶେଷ ନ ହୋଇ ହାରାହାରି ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିଯିବ।