ଛିଙ୍କ ନ ହେବା ପାଇଁ ଏବଂ ହେଉଥିଲେ କ’ଣ କରିବେ?

ଛିଙ୍କ ନ ହେବା ପାଇଁ ଏବଂ ହେଉଥିଲେ କ’ଣ କରିବେ? ଛିଙ୍କ ନ ହେବା ପାଇଁ ଏବଂ ହେଉଥିଲେ କ’ଣ କରିବେ? ସାଧାରଣତଃ  ଥଣ୍ଡା ହେଲେ ବା ଆଲର୍ଜି ହେଲେ ଛିଙ୍କ ହୋଇଥାଏ । ଯଦି ଆପଣ ବି  ବେଶି ଛିଙ୍କ ଦ୍ୱାରା ପୀଡ଼ିତ ତେବେ  ଏଥିରୁ ରକ୍ଷା  ପାଇବା ଲାଗି ନିମ୍ନ ଉପାୟ ଗୁଡ଼ିକୁ ଆପଣାଇ ପାରନ୍ତି ।    ପ୍ରଥମତଃ  ଆପଣ   ବିଭିନ୍ନ ପ୍ରକାରର ସାଇଟ୍ରସ୍‌ ଫଳ ଯଥା  କମଳା, ଲେମ୍ବୁ, ଅଙ୍ଗୁର ଓ ବାତାପି  ଆଦି  ଖାଇପାରନ୍ତି । ଏଥିରେ  ଆଣ୍ଟି ଆକ୍ସିଡେଣ୍ଟସ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ଆପଣଙ୍କୁ ସୁରକ୍ଷା  ଦେଇପାରିବ ।    ପ୍ରତିଦିନ ଦୁଇତିନିଟି ଅଅଁଳା ସେବନ କଲେ ମଧ୍ୟ ଛିଙ୍କ ସମସ୍ୟାରୁ  ମୁକ୍ତି ମିଳିଥାଏ ।    ଛିଙ୍କ  ନ ହେବା ପାଇଁ  ଚାହୁଁଥିଲେ ଦିନରେ  ଦୁଇ  ତିନିଥର  ବଡ଼ ଅଳେଇଚ ଚୋବାନ୍ତୁ । ଏହା ଆପଣଙ୍କୁ ଆରାମ ଦେବ ।    ଅଦାରେ ଆଣ୍ଟି ସେପ୍ଟିକ୍‌ ଗୁଣ ରହିଛି । ତିନି ଇଞ୍ଚ ଅଦା ଖଣ୍ଡକୁ  ଦୁଇ  ଚାମଚ  ମହୁରେ  ମିଶାଇ  ପାଣିରେ ଫୁଟାନ୍ତୁ । ପ୍ରତିଦିନ  ଶୋଇବା ପୂର୍ବରୁ  ଏହି ମିଶ୍ରଣ  ପାନ କଲେ ଛିଙ୍କ  ହେବାର  ଆଶଙ୍କା  ରହିବ ନାହିଁ ।

ସମ୍ବନ୍ଧିତ ଖବର