ସୋନମ୍‌ କପୁରଙ୍କ ଉତ୍ତେଜକ ଦୃଶ୍ୟକୁ ନେଇ କ’ଣ କହିଲେ ଶାଶୁ ଘର ଲୋକେ ?

ମୁମ୍ବାଇ: ଲୋକପ୍ରିୟ ନାୟିକା ସୋନମ୍‌ କପୁରଏବେ ନିଜର ନୂଆ ସିନେମା ‘ବୀରେ ଦି ଓ୍ଵଡ଼ିଂ’ର ପ୍ରମୋସନ ପାଇଁ   ସମୟ ଦେଉଛନ୍ତି। ସେ ଏଥିରେ ଖୁବ୍‌ ବୋଲ୍ଡ ସିନ୍‌ ଦେଇଥିବା ହେତୁ ଚର୍ଚ୍ଚାରେ ରହିଛନ୍ତି। ଏହାକୁ ନେଇ ଦର୍ଶକ ଏବଂ ପ୍ରଶଂସକମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ହେଲେ ଏହି ସିନ୍‌ ଦେଖିବାପରେ ତାଙ୍କ ଘର ଲୋକେ ଏବଂ ଶାଶୁ ଘର ଲୋକେ କ’ଣ କହିଲେ ଜାଣନ୍ତି !
ସୋନମ୍‌ କପୁର କହିଛନ୍ତି ଯେ ଏହି ଉତ୍ତେଜକ ଦୃଶ୍ୟକୁ ନେଇ ତାଙ୍କ ଘରେ ବା ଶାଶୁ ଘର ଲୋକେ ଆପତ୍ତି ଉଠାଇ ନାହାନ୍ତି। ବରଂ ସମସ୍ତେ ଏହାକୁ ସମର୍ଥନ କରିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ଏହା ତାଙ୍କର କାମ । କାହାଣୀର ଆବଶ୍ୟକତା ଅନୁଯାୟୀ ଅଭିନୟ କରିବାକୁ ପଡ଼ିଥାଏ ଏବଂ ପୋଷାକ ପିନ୍ଧିବାକୁ ପଡ଼ିଥାଏ। ‘ବୀରେ ଦି ଓ୍ଵଡ଼ିଂ’ ପାଇଁ ସେ ଖୁବ୍‌ ପରିଶ୍ରମ କରିଛନ୍ତି। ଏଥିରେ ସେ ଯୁବତୀମାନଙ୍କୁୂ ଏକ ସାମାଜିକ ସନ୍ଦେଶ ମଧ୍ୟ ଦେଇଛନ୍ତି ବୋଲି କହିଛନ୍ତି ସୋନମ୍‌ କପୁର । ଏହି ସିନେମାରେ ସୋନମଙ୍କ ବ୍ୟତୀତ କରିନା କପୁର ଖାନ୍‌,ସ୍ୱରା ଭାସ୍କର ଏବଂ ଶିଖା ତଲସାନିୟା ମୁଖ୍ୟ ଭୂମିକାରେ ଅଛନ୍ତି।


ବିବାହ ପରେ ସାଧାରଣତଃ ସେଲିବ୍ରିଟି କପଲମାନେ ହନିମୁନ୍‌ କରିବାକୁ ଯାଇଥା’ନ୍ତି। ସୋନମ୍‌ କିଛି ଦିନ ଦିଲ୍ଲୀରେ ନିଜର ଶାଶୁଘରେ ରହିବେ। ସେ ଆଗାମୀ ଅକ୍ଟୋବର ବା ନଭେମ୍ବର ମାସରେ ହନିମୁନ୍‌ରେ ଯିବେ ବୋଲି କହିଛନ୍ତି ।
ସୋନମ୍‌ କପୁର ତାଙ୍କର ଅପକମିଂ ମୁଭି‘ଏକ୍‌ ଲଡ଼୍‍କି କୋ ଦେଖା’ର ସୁଟିଂ କରିବେ। ଏହାପରେ ସେ ସାଉଥ୍‌ ସୁପରଷ୍ଟାର୍‌ ଦିଲକର୍‌ ସଲମାନଙ୍କ ସହିତ ଏକ ଫିଲ୍ମରେ ବି କାମ କରିବେ। ଏହାର ଟାଇଟଲ୍‌ ରହିଛି ‘ଦ ଜୋୟା ଫାକ୍ଟର୍‌’।

ସମ୍ବନ୍ଧିତ ଖବର