ମୁମ୍ବାଇ: ପ୍ରଖ୍ୟାତ ଅଭିନେତା ଅନୀଲ କପୁରଙ୍କ କନ୍ୟା ତଥା ଜଣାଶୁଣା ନାୟିକାସୋନମ କପୁର ସୋନମ କପୁର ଚଳିତବର୍ଷ ଏପ୍ରିଲ ମାସରେବିବାହ ବନ୍ଧନରେ ବାନ୍ଧି ହେବେ ନେଇ ଖବର ଏବେ ଜୋର ଧରିଛି । ସୋନମ ଓ ବିଜନେସମ୍ୟାନ ଆନନ୍ଦ ଆହୁଜାଙ୍କ ବାହାଘର ଖବର ନେଇ ମାୟାନଗରୀରେ ଏବେ ଚର୍ଚ୍ଚା ଜୋର ଧରିଛି ।
ଏପ୍ରିଲରେ ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ସୋନମ କପୁର ଓ ବିଜନେସ ଟାଇକୁନ ଆନନ୍ଦ ଆହୁଜା ।
ରାଜସ୍ଥାନର ଯୋଧପୁରରେ ଏହି ବିବାହ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସୂଚନା ମିଳିଛି।। କେଉଁ ବିଶିଷ୍ଟ ଅତିଥିଙ୍କୁ ଏଥିରେ ସାମିଲ ହେବାଲାଗି ନିମନ୍ତ୍ରଣ ଦିଆଯିବ ସେଥିନେଇ ଓ ସର୍ମ୍ପକୀୟଙ୍କୁ ନେଇ ୩୦୦ଜଣଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଗ୍ରାଣ୍ଡ ୱେଡିଙ୍ଗ ବଦଳରେ ଘରୋଇ ଓ ଗୋପନୀୟ ଭାବେ ଆୟୋଜିତ ହେବ ସୋନମ ଓ ଆନନ୍ଦଙ୍କ ବିବାହ ।ପୂର୍ବରୁ ଏମାନେ ନିଜ ବାହାଘର ଖବରକୁ ଏଡାଇ ଆସୁଥିବାବେଳେ ଏଥରକ କିନ୍ତୁ ଚୁପ ରହିଛନ୍ତି ପ୍ରେମୀଯୁଗଳ । ରୂପେଲି ପରଦାର ଏହି ରାଂଝଣାଙ୍କ ରିୟଲ ରୋମାନ୍ସ ଦେଖିବାକୁ ମିଳିବ ଆଗକୁ ।
/sambad/media/post_attachments/wp-content/uploads/2018/01/sonamkapoor-anand-indiatoday-300x188.jpg)
୨୦୧୬ରେ ସୋନମଙ୍କ ପ୍ରେମ କାହାଣୀକୁ ନେଇ ପ୍ରଥମଥର ପାଇଁ ଚର୍ଚ୍ଚା ହୁଏ । ମିଡିଆ ସାମ୍ନାରେ କିଛି ଦିନର ଲୁଚକାଳି ପରେ ଶେଷରେ ନିଜ ସୋନମଙ୍କ ସିକ୍ରେଟ ଲଭଷ୍ଟୋରୀ ଉପରୁ ପର୍ଦ୍ଦା ଉଠେ । ଆନନ୍ଦଙ୍କ ସହ ହଲିଡେ ଟ୍ରିପର ଫଟୋରେ ନଜର ଆସିଲେ ସୋନମ । ପରେ ସୋସିଆଲ ମିଡିଆରେ ପ୍ରେମୀଯୁଗଳଙ୍କ ପ୍ରେମକାହାଣୀର ଖୁଲାସା ହୁଏ। । ପ୍ରଥମେ ଏହାକୁ ଅନୀଲ କପୁର ପସନ୍ଦ କରୁ ନଥିବା କୁହାଯାଉଥିଲା ହେଲେ ପରେ ସେ ରାଜି ହୋଇଥିବା ଜଣାଯାଇଛି।