ନୂଆଦିଲ୍ଲୀ: ମଙ୍ଗଳବାର ଦିନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏଭଳି ବିବୃତି ଦେଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ କହିଥିଲେ ଯେ, ମୁଁ ବାରାଣସୀ ଯାଇଥିବା ବେଳେ ଦେଖିଲି ଯେ, ଲୋକେ ଗୀତ ବଜାଇବା ସହ ମଦ ପିଇ ରାସ୍ତାରେ ଗଡୁଛନ୍ତି। ଉତ୍ତରପ୍ରଦେଶର ଭବିଷ୍ୟତ ଏବେ ଏଭଳି ପିଲାଙ୍କ ହାତରେ ରହିଛି।
#WATCH कांग्रेस सांसद राहुल गांधी के बयान पर केंद्रीय मंत्री और अमेठी सांसद स्मृति ईरानी ने कहा, "किस भ्रम की स्थिति में राहुल गांधी घूम रहे है ये मैं नहीं जानती लेकिन उन्हें कोई अधिकार नहीं कि काशी, काशीवासियों और यूपी के नौजवानों का अपमान करे। उत्तर प्रदेश की युवा पीढ़ी मेहनती… https://t.co/WK3pgB8CmI pic.twitter.com/9k8OAaCasZ
— ANI_HindiNews (@AHindinews) February 20, 2024
ରାହୁଲଙ୍କ ଏଭଳି ବୟାନ ଶୁଣି କେନ୍ଦ୍ରମନ୍ତ୍ରୀ ଓ ଅମେଠିରୁ ସାଂସଦ ଥିବା ସ୍ମୃତି ଇରାନୀ ବିରକ୍ତି ପ୍ରକାଶ କରିଥିବା ଜଣାପଡ଼ିଛି। ସୋନିଆ ଗାନ୍ଧୀ ରାହୁଲଙ୍କୁ ଭଲ ସଂସ୍କାର ଦେଇପାରିଲେ ନାହିଁ ବୋଲି କହିଛନ୍ତି ସ୍ମୃତି। ତାଙ୍କ କହିବା ମୁତାବକ, "ରାହୁଲ ଗାନ୍ଧୀ କେଉଁ ଦ୍ୱନ୍ଦ୍ୱରେ ବୁଲୁଛନ୍ତି ମୁଁ ଜାଣେ ନାହିଁ। କିନ୍ତୁ କାଶୀ, କାଶୀବାସୀ ଏବଂ ଉତ୍ତରପ୍ରଦେଶର ଯୁବପିଢ଼ିଙ୍କୁ ଅପମାନିତ କରିବାର ତାଙ୍କର କୌଣସି ଅଧିକାର ନାହିଁ। ଉତ୍ତରପ୍ରଦେଶର ଯୁବପିଢ଼ି ପରିଶ୍ରମୀ। ରାହୁଲଙ୍କଠାରୁ ଆମେ କ୍ଷମା ଆଶା କରୁନାହୁଁ। କାରଣ କ୍ଷମା ସିଏ ମାଗେ ଯାହା ମଧ୍ୟରେ ଟିକିଏ ଲାଜ ଓ ସଂସ୍କାର ଥାଏ, ଯାହା ରାହୁଲଙ୍କ ପାଖରେ ନାହିଁ। ରାହୁଲ ଗାନ୍ଧୀଙ୍କ ମନରେ ଉତ୍ତରପ୍ରଦେଶ ପାଇଁ ବିଷ ଭରି ରହିଛି। ଏହା ତାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି। ସୋନିଆ ଗାନ୍ଧୀ ରାହୁଲଙ୍କୁ ଭଲ ସଂସ୍କାର ଦେଇପାରିଲେ ନାହିଁ । ସୋନିଆ ଗାନ୍ଧୀଙ୍କୁ ମୋର ପରାମର୍ଶ ଯେ ଯଦି ସେ ନିଜ ପୁଅକୁ ଭଲ ସଂସ୍କାର ଦେଇ ପାରିଲେ ନାହିଁ, ତେବେ ଅନ୍ତତଃପକ୍ଷେ ତାଙ୍କୁ କୌଣସି ପ୍ରସଙ୍ଗ ଉପରେ ମନ୍ତବ୍ୟ ନଦେବାକୁ କୁହନ୍ତୁ।"