ମୁମ୍ବାଇ: ବଲିଉଡ଼ର ପ୍ରଥମ ଫିମେଲ ସୁପରଷ୍ଟାର୍ ଥିଲେ ଶ୍ରୀଦେବୀ। ନିକଟରେ ତାଙ୍କର ଦେହାନ୍ତ ହୋଇଛି। ସେ ତାଙ୍କର କ୍ୟାରିଅର୍ ଭିତରେ ଅଧିକାଠଶ ଟପ୍ ହିରୋଙ୍କ ସହ କାମ କରିଥିଲେ। ଆଉ କେତେକଙ୍କ ସହ ତାଙ୍କର ଯୋଡି ବି ହିଟ୍ ହୋଇଥିଲା। ହେଲେ ଆପଣ କ’ଣ ଜାଣନ୍ତି କି ସୁପରଷ୍ଟାର୍ ସଲମାନ୍ ଖାନ୍ ଏବଂ ଶାହାରୁଖ୍ ଖାନ୍ଙ୍କ ସହ ତାଙ୍କର ଯୋଡି ଜମି ନ ଥିଲା। ସଲମାନ୍ ଖାନ୍-ଶ୍ରୀଦେବୀ ଯୋଡ଼ି ଫ୍ଲପ୍ ଥିଲା।
ଯେତେବେଳେ ସଲମାନ୍ ଖାନ୍ ଜଣେ ସୁପରଷ୍ଟାର୍ ବୋଲି ପରିଗଣିତ ହେଉନ ଥିଲେ ସେତେବେଳେ ତାଙ୍କୁ ବଲିଉଡ଼୍ର ନମ୍ବର ଓ୍ଵାନ୍ ହିରୋଇନ୍ ଶ୍ରୀଦେବୀଙ୍କ ସାଥ୍ ମିଳିଥିଲା। ସଲମାନ୍ ଓ ଶ୍ରୀଦେବୀ ଯୋଡ଼ି ଗୋଟିଏ ନୁହେଁ ,ବରଂ ଦୁଇଟି ସିନେମା‘ଚନ୍ଦ୍ରମୁଖୀ’ ଓ‘ଚାନ୍ଦ୍କା ଟୁକୁଡ଼ା’ରେ ଏକାଠି ଅଭିନୟ କରିଥିଲେ।ଏ ଦୁଇଟି ଫିଲ୍ମ ଭଲ ଚାଲିନ ଥିଲା। ଏହାପରେ ଆଉ କୌଣସି ସିନେମାରେ ଉଭୟଙ୍କୁ ଏକାଠି ଦେଖିବାକୂୁ ମିଳି ନାହିଁ।
ଶାହାରୁଖ୍ ଖାନ୍-ଶ୍ରୀଦେବୀ ଯୋଡ଼ି ବି ଫ୍ଲପ୍ ଥିଲା। ୧୯୯୬ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଆର୍ମି’ରେ ପ୍ରଥମଥର ପାଇଁ ଶାହାରୁଖ୍ ଖାନ୍-ଶ୍ରୀଦେବୀଙ୍କ ଯୋଡ଼ି ଦର୍ଶକ ଦେଖିବାକୁ ପାଇଥିଲେ। ନିତିନ ମନମୋହନ ଓ ମୁକୁଲ ଆନନ୍ଦଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ରାମ ସେଟ୍ଟୀ। ଏହି ଫିଲ୍ମର କଥା ବସ୍ତୁ ଅନୁଯାୟୀ,ମେଜର ଅର୍ଜୁନ ସିଂହ (ଶାହାରୁଖ୍ ଖାନ୍)ଙ୍କୁ ପ୍ରେମ ବିବାହ କରିଥିଲେ ଗୀତା(ଶ୍ରୀଦେବୀ)। ହେଲେ ଗ୍ୟାଙ୍ଗ୍ ଷ୍ଟାର୍ ନାଗ୍ରାଜ (ଡାନି) ଅର୍ଜୁନଙ୍କୁ ହତ୍ୟା କରିଥିଲେ। ସ୍ୱାମୀ ହତ୍ୟାର ପ୍ରତିଶୋଧ ନେଉଛନ୍ତି ଗୀତା। କିନ୍ତୁ ‘ଆର୍ମି’ ବକ୍ସ୍ ଅଫିସ୍ରେ ଧମାଲ୍ କରିପାରିନଥିଲା।ଏହା ସୁପର ଫ୍ଲପ୍ ହୋଇଥିଲା। ‘ଆର୍ମି’ପରେ ଅନ୍ୟ କୌଣସି ଛବିରେ ଏକାଠି ନଜର ଆସି ନାହାନ୍ତି ଶାହାରୁଖ୍ ଖାନ୍-ଶ୍ରୀଦେବୀଙ୍କ ଯୋଡ଼ି ।