ରାମାୟଣରେ ଏକ ବଡ଼ ଯୁଦ୍ଧ ହେଲା ଲକ୍ଷ୍ମଣ ଏବଂ ମେଘନାଦଙ୍କ ମଧ୍ୟରେ ଯୁଦ୍ଧ । ଯେତେବେଳେ ଉଭୟଙ୍କ ଭିତରେ ଭୀଷଣ ଯୁଦ୍ଧ ହେଲା ,ସେତେବେଳେ ଲକ୍ଷ୍ମଣ ରାକ୍ଷସ ମେଘନାଦଙ୍କ ଆଘାତରେ ଚେତାଶୂନ୍ୟ ହୋଇ ଭୂମି ଉପରେ ଟଳିପଡ଼ିଲେ। ଏହାପରେ ଲକ୍ଷ୍ମଣଙ୍କୁ ସୁସ୍ଥ କରିବାକୁ ଯାଇ ଭଗବାନ ଶ୍ରୀହନୁମାନ ସଂଜୀବନି ବୁଟି ଆଣିବାକୁ ପର୍ବତ ଉପରକୁ ଗଲେ। ହେଲେ ସେ ସେଠାରେ ସେ ବହୁତ କିଛି ଔଷଧୀୟ ବୃକ୍ଷକୁ ଦେଖିଲେ। ସେଥିମଧ୍ୟରୁ କେଉଁଟା ସଂଜିବନୀ ବୁଟି ବୋଲି ସେ ଜାଣିପାରିଲେ ନାହିଁ।

Advertisment

publive-image

ଫଳସ୍ୱରୂପ ମହବଳୀ ଭଗବାନ ବଜରଙ୍ଗବାଲୀ ଉକ୍ତ ପର୍ବତକୁ ହିଁ ନିଜର ହାତ ସାହାଯ୍ୟରେ ଉଠାଇ ଆଣିଥିଲେ। ହେଲେ ହନୁମାନ ଯେତେବେଳେ ତାଙ୍କ ହାତରେ ବିଶାଳ ପର୍ବତକୁ ଧରି ଉଡ଼ି ଉଡ଼ି ଅଯୋଧ୍ୟା ଉପରେ ଯାଉଥିଲେ,ସେତେବେଳେ ଆକାଶ ମାର୍ଗରେ
ହନୁମାନଙ୍କର ଏହି ବିଶାଳକାୟ ରୂପକୁ ଦେଖି ଭରତ ତାଙ୍କୁ କୌଣସି ଏକ ରାକ୍ଷସ ଭାବି ବସିଲେ ଓ ତାଙ୍କୁ ବାଣ ମାରିଦେଲେ। ଏହାଦ୍ୱାରା ଭଗବାନ ଭରତଙ୍କ ସେହି ବାଣରେ ହନୁମାନଜୀ ଆଘାତ ହୋଇ ମାଟି ଉପରେ ପଡ଼ିଗଲେ।ଏହାପରେ ଭରତ ହନୁମାନଙ୍କ ପାଖକୁ ଯାଇ ସେ ଯେ ରାମଙ୍କ ଭକ୍ତ ବୋଲି ଜାଣି ତୁରନ୍ତ ହିଁ ତାଙ୍କୁ ସୁସ୍ଥ କରି ଦେଇ ଥିଲେ।