କୌଶଲ୍ୟା ବାଲ୍ୟକାଳରୁ ଖୁବ୍‌ ଧାର୍ମିକ ଥିଲେ। ସେ ସର୍ବଦା ଇଶ୍ୱରଙ୍କର ପୂଜାର୍ଚ୍ଚନା କରୁଥିଲେ ଏବଂ ଉପବାସ,ବ୍ରତ ଇତ୍ୟାଦି କରୁଥିଲେ। ବ୍ରାହ୍ମଣମାନଙ୍କୁ ମଧ୍ୟ ନିୟମିତ ଦାନ,ଭୋଜନ ମଧ୍ୟ କରୁଥିଲେ କୌଶଲ୍ୟା। ମହାରାଜ ଏକାଧିକ ବିବାହ କରିଥିଲେ। ଏମାନଙ୍କ ମଧ୍ୟରୁ କନିଷ୍ଠା ରାଣୀ କୈକେୟୀ ରାଜାଙ୍କୁ ଅଧିକ ଆକର୍ଷିତ କରୁଥିଲେ।
ମହର୍ଷି ବଶିଷ୍ଠଙ୍କ ଆଦେଶରେ ଶୃଙ୍ଗୀ ଋଷି ଅଯୋଧ୍ୟାକୁ ଆମନ୍ତ୍ରିତ ହୋଇ ଆସିଥିଲେ। ପୁତ୍ରୋଷ୍ଟି ଯଜ୍ଞରେ ଅଗ୍ନିଦେବ ପ୍ରକଟ ହୋଇ ଚରୁପ୍ରଦାନ କରିଲେ। ଚରୁର ଅଧା ଅଂଶ କୌଶଲ୍ୟାଙ୍କୁ ପ୍ରାପ୍ତ ହୋଇଥିଲା। ତାଙ୍କର ପାତିବ୍ରତ୍ୟ,ଧର୍ମ,ସାଧୁ ସେବା,ଭଗବତ୍‌ ଆରଧନା ଇତ୍ୟାଦି ସବୁ ସଫଳ ହୋଇଥିଲା। ଭଗବାନ ଶ୍ରୀରାମ ତାଙ୍କ ପବିତ୍ର କୋଳରେ ଜନ୍ମ ଗ୍ରହଣ କରି କୌଶଲ୍ୟାଙ୍କୁ ବନ୍ଦନୀୟ କରିଲେ। ଭଗବାନଙ୍କ ବିଶ୍ୱମୋହିନୀ ମୂର୍ତ୍ତି ଦର୍ଶନ ମାତ୍ରକେ ତାଙ୍କର ସମସ୍ତ କଷ୍ଟ ଦୂରୀଭୂତ ହୋଇଥିଲା।

Advertisment

publive-image photo-youtube

‘ମୋର ପୁତ୍ର ରାମ ଯୁବରାଜ ହେବେ।’’ଏହି କଥା ଭାବି ଭାବି କୌଶଲ୍ୟାଙ୍କ ହୃଦୟ ପ୍ରସନ୍ନତାରେ ଉଛୁଳି ପଡୁଥିଲା।ସେ ରାତିସାରା ଇଶ୍ୱରଙ୍କ ଆରାଧନାରେ ନିମଗ୍ନ ଥିଲେ। ବ୍ରାହ୍ମ ମୁହୂର୍ତ୍ତରେ ଉଠି ପୁଣି ପୂଜାର୍ଚ୍ଚନାରେ ସେ ଲାଗିପଡ଼ିଥିଲେ।ପୂଜାପରେ ସେ ପୁଷ୍ପାଞ୍ଜଳି ଅର୍ପିତ କରି ଭଗବାନଙ୍କୁ ପ୍ରଣାମ କରିଲେ।ଏହି ସମୟରେ ରଘୁନାଥ ମାତାଙ୍କ ଚରଣରେ ମୁଣ୍ଡ ନୁଆଁଇଲେ।ମାତା କୌଶଲ୍ୟା ପୁତ୍ରକୁ ଉଠାଇ ହୃଦୟ ରେ ଲଗାଇ କହିଲେ,‘ପୁତ୍ର! ଅଭିଷେକ ପାଇଁ ଅଳ୍ପ ସମୟ ଅଛି,ଚାଲ ପିତାଙ୍କ ନିକଟକୁ ଯିବା।’’
ଶ୍ରୀରାମ ବିନମ୍ରତାର ସହିତ ହକିଲେ,‘ମାତା! ମୋର ଅଭିଷେକ ତ ହୋଇଯାଇଛି। ପିତା ମତେ ଚଉଦ ବର୍ଷ ପାଇଁ ବନ ରାଜ୍ୟ ଦେଇଛନ୍ତି। ଏକଥାକୁ ବିଶ୍ୱାସ କରି ପାରି ନଥିଲେ କୌଶଲ୍ୟା।