ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୫ମୃତ

ଭୁବନେଶ୍ବର: ଗତକାଲି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ପାର୍‌ କରିଥିଲା। ଆଜି ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୦୧୫୭୪ ଛୁଇଁଛି। ସେମାନଙ୍କ ମଧ୍ୟରୁ ୮୩୩ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୦୧ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୮୬ ହଜାର ୮୫୭ ଜଣ। ଏବେ ସକ୍ରିୟ ଅଛନ୍ତି ୧୩ ହଜାର ୨୩୯ ଜଣ ଆକ୍ରାନ୍ତ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରଦତ୍ତ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୯୦ଜଣ, ବାଲେଶ୍ବରରୁ ୯୯ଜଣ, ବରଗଡ଼ ୬୫, ଭଦ୍ରକ ୩୧, ବଲାଙ୍ଗୀର ୬୬, ବୌଦ୍ଧରୁ ୬ଜଣ, କଟକରୁ ୧୪୧ଜଣ, ଦେଓଗଡ଼ରୁ ୫ଜଣ, ଢ଼େଙ୍ଗାନାଳରୁ ୨୧ଜଣ, ଗଜପତିରୁ ୬ଜଣ, ଗଞ୍ଜାମରୁ ୧୭ଜଣ, ଜଗତସିଂହପୁରରୁ ୬୮ଜଣ, ଯାଜପୁରରୁ ୩୩ଜଣ, ଝାରସୁଗୁଡ଼ାରୁ ୩୧ଜଣ, କଳାହାଣ୍ଡିରୁ ୩୫ଜଣ, କନ୍ଧମାଳରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୫୪ଜଣ, କେନ୍ଦୁଝରରୁ ୫୦ଜଣ, ଖୋର୍ଦ୍ଧାରୁ ୧୪୪ଜଣ, କୋରାପୁଟରୁ ୨୫ଜଣ, ମାଲକାନଗିରିରୁ ୧୪ଜଣ, ମୟୁରଭଞ୍ଜରୁ ୮୦ଜଣ, ନବରଙ୍ଗପୁରରୁ ୨୭ଜଣ, ନୟାଗଡ଼ରୁ ୧୭ଜଣ, ନୂଆପଡ଼ାରୁ ୩୫ଜଣ, ପୁରୀରୁ ୭୭ଜଣ, ରାୟଗଡ଼ାରୁ ୯ଜଣ, ସମ୍ବଲପୁରରୁ ୩୮ଜଣ, ସୋନୁପରରୁ ୧୨ଜଣ, ସୁନ୍ଦରଗଡ଼ରୁ ୯୮ଜଣ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୨୮ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ କରୋନାରେ ଆଉ ୧୫ଜଣଙ୍କର ମୃତ୍ୟୁ ଘଟିଛି। ଏହା ଫଳରେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୨୫ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର