ରାଜ୍ୟ ଟାଏକୋଣ୍ଡୋ: କଟକ ବିଜେତା

କଟକ: ଜବାହାରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ଟାଏକୋଣ୍ଡୋ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଏହି ପ୍ରତିଯୋଗିତାରେ କଟକ ଦଳଗତ ବିଜେତା ହୋଇଥିଲା ବେଳେ ଭୁବନେଶ୍ୱର ଉପବିଜେତା ହୋଇଛି। କଟକ ମୋଟ ୧୮୨ ପଏଣ୍ଟ ଓ ଭୁବନେଶ୍ୱର ୧୫୪ ପଏଣ୍ଟ ପାଇଥିଲା। ଗଞ୍ଜାମ ଦ୍ୱିତୀୟ ଉପବିଜେତା ହୋଇଛି। କଳାହାଣ୍ଡିର ସ୍ୱୟଂଶିବ ସାହୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଉଦ୍‌ଯାପନୀ ସମାରୋହରେ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଓସିଏଲ୍‌ ଡିଜିଏମ୍‌ ନିଳାମ୍ବର ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ତିନିଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତାରେ ୭୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର