‘ପ୍ରେମ କରିଛି-ପାପ ନୁହେଁ, ମୋ ସ୍ୱାମୀଙ୍କୁ ସୁରକ୍ଷା ଦିଅ’ ଅକୁହା ବ୍ୟଥାକୁ ବଖାଣିଲେ ନୂଆବୋହୂ

ଭୋଗରାଇ: ସିନ୍ଦୂର ପାଇଁ ଗୁହାରି କଲେ ନୂଆବୋହୂ | ପ୍ରେମ ପାଇଁ ପରିବାର ସାଜିଥିଲା ବାଧକ ! ଭିଡିଓ ପୋଷ୍ଟ କରି କାହାଣୀ କହିଲେ ସ୍ମିତାରାଣୀ | ମୋ ସ୍ୱାମୀ ଓ ତାଙ୍କ ପରିବାରକୁ ସୁରକ୍ଷା ଦିଅ | ସୋସିଆଲ ମିଡିଆରେ ଭିଡିଓଟିଏ ପୋଷ୍ଟ କରିଛନ୍ତି ନୂଆ ବୋହୁ | ପାଦରେ ଅଳତା ଓ ମଥାରେ ସିନ୍ଦୂର ନାଇ ନୂଆ ନୂଆ ଶାଶୂଘରକୁ ଯାଇଥିବା ସ୍ମିତାରାଣୀ ନିଜ ସ୍ୱାମୀଙ୍କ ସୁରକ୍ଷା ପାଇଁ ଏମିତି ଗୁହାରି କରିଛନ୍ତି | ଲୁହ ଭିଜା ସ୍ୱର ସାଙ୍ଗକୁ ନିଜ ନୂଆ ସଂସାରକୁ ଗଢିବାର ସ୍ବପ୍ନ ଦେଖିଥିବା ସ୍ମିତା କହିଛନ୍ତି ପୁରା କାହାଣୀ | ବାପଘର ପକ୍ଷରୁ ଥାନାରେ ଦିଆଯାଇଥିବା ଅଭିଯୋଗ କେତେ ମିଛ ସେସବୁକୁ ନିଜ ମୁହଁରେ ବଖାଣିଛନ୍ତି | ଫେବ୍ରୁଆରି ୨୫ ତାରିଖରେ ନିଜ ପ୍ରେମିକ ଧନଞ୍ଜୟଙ୍କୁ ବିବାହ କରିଥିବାବେଳେ ପରିବାର ଭୋଗରାଇ ଥାନାରେ ମିଥ୍ୟା ଅଭିଯୋଗଟିଏ ଦେଇଥିଲେ |

ସ୍ମିତାରାଣୀଙ୍କ କହିବା କଥା ଯେ ତାଙ୍କର ଵୟସ ୨୦ ବର୍ଷ ହୋଇଥିବାବେଳେ ସେ ଗତ ୨୫ ଫେବ୍ରୁଆରିରେ ବାପଘରୁ ନିଜ ଇଚ୍ଛାରେ ପଳେଇଆସିଥିଲେ | ଏହାପରେ ସେ ନିଜ ପ୍ରେମିକ ଧନଞ୍ଜୟ ଦାସଙ୍କୁ ବିବାହ କରିଥିଲେ । ଏହା ପରେ ନିଜ ବାହାଘର କଥା ଘରକୁ ଫୋନ କରି ଜଣାଇଥିଲେ । ଏ କଥା ଜାଣିବା ପରେ ମଧ୍ୟ ବାପଘର ଲୋକ ଭୋଗରାଇ ପୁଲିସ ଥାନାରେ ନିଖୋଜ ଏତଲା ଦେଇଥିଲେ ଦେଇଥିଲେ | ସ୍ୱାମୀ ଧନଞ୍ଜୟଙ୍କ ପଛରେ ହାତ ଥିବାର ଏତଲାରେ ଉଲ୍ଲେଖ କରିଥିଲେ | ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ବାପଘର ପକ୍ଷରୁ ‘ଏବେବି କିଛି ହୋଇନି, ପୁଲିସ ଷ୍ଟେସନରେ ଆସି କହିଦେ ତୁ ତୋ ନିଜ ଇଚ୍ଛାରେ ଯାଇନାହୁଁ’ ।

କିନ୍ତୁ ସ୍ମିତା ଏହାକୁ ସ୍ୱୀକାର ନ କରି ବାଧ୍ୟ ହୋଇ ଭିଡିଓଟିଏ ପୋଷ୍ଟ କରିଥିଲେ | ସ୍ମିତାଙ୍କ କହିବା କଥା ସେ ଧନଞ୍ଜୟଙ୍କ ସହିତ ସାରା ଜୀବନ ସାଥିରେ ରହିବେ | ବାପଘର ଲୋକ, ତାଙ୍କ ସ୍ୱାମୀ ଓ ଶାଶୂଘର ନାମରେ ମିଛ ଅଭିଯୋଗ ଦେଇଥିବାବେଳେ ସେମାନଙ୍କୁ ସୁରକ୍ଷା ଦେବାକୁ ନେହୁରା ହୋଇଛନ୍ତି ସ୍ମିତା | ୪ ବର୍ଷର ପ୍ରେମକୁ ନ ଭୁଲି ନିଜ ପ୍ରେମିକଙ୍କ ହାତ ଧରି ଚାଲିଆସିଥିବା ଏହି ନୂଆ ବୋହୁଙ୍କ ଭିଡିଓ ପୋଷ୍ଟ ପରେ ସମସ୍ତେ ଏବେ ତାଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି |

ସମ୍ବନ୍ଧିତ ଖବର