ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍କୁଲ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ରାଜ୍ୟ ଗଣଶିକ୍ଷା ବିଭାଗ । ଏନେଇ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସବୁ ଶ୍ରେଣୀର ପିଲାଙ୍କୁ ପାସ୍ କରି ଦିଆଯାଇଛି ।

 

କରୋନା ଭାଇରସ ସ୍ଥିତି ନେଇ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମସ୍ତ ପିଲାଙ୍କୁ ପାସ ଘୋଷଣା କରାଯାଇଛି । କିନ୍ତୁ ନବମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀକୁ ଉତୀର୍ଣ୍ଣ ପାଇଁ ସର୍ତ୍ତମୂଳକ ପାସ୍ କରାଯିବ । ଷାଣ୍ମାସିକ ପରୀକ୍ଷାରେ ଥିବା ନମ୍ବର ଆଧାରରେ ପାସ୍ କରାଯିବ ।

ସମ୍ବନ୍ଧିତ ଖବର