ବୀରମହାରାଜପୁର: ରାଜ୍ୟରେ କଂଗ୍ରେସର ଦୁର୍ଗ କ୍ରମାଗତ ଭାବେ ଭୁଶୁଡୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଉପସଭାପତି ରାଜଗୋପାଳ ପାଣିଗ୍ରାହୀ, ଓବିସି ସେଲ୍ର ଅଧ୍ୟକ୍ଷ ହରିହର ପାତ୍ର ଓ ବୀରମହାରାଜପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର ପତି ଦଳ ଛାଡ଼ିଛନ୍ତି। ଏହି ତିନି ନେତା ନିଜନିଜର ଇସ୍ତଫା ପତ୍ର ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଛନ୍ତି।
ଏକଦା ସୁବର୍ଣ୍ଣପୁର ଜିଲ୍ଲାରେ ସମସ୍ତ ଜିଲ୍ଲା ପରିଷଦ ଆସନ ବିଜେଡ଼ି ହାତେଇ ଥିବାବେଳେ ଶ୍ରୀଯୁକ୍ତ ପାଣିଗ୍ରାହୀ ଜଣେ ମାତ୍ର କଂଗ୍ରେସ ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ଅତୀତରେ ସେ କେନଝିରିଆପାଲି ପଞ୍ଚାୟତର ସରପଞ୍ଚ ମଧ୍ୟ ଥିଲେ। ଏବେ ସେ କେନଝିରିଆପାଲି ସେବା ସମବାୟ ସମିତିର ଅଧ୍ୟକ୍ଷ ଅଛନ୍ତି।
ଶ୍ରୀ ପତି ବୀରମହାରାଜପୁର ବ୍ଲକର ଦୁଇ ଥର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଥିଲେ। ସେହିପରି ଛଅ ମାସ ପୂର୍ବରୁ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଶ୍ରୀ ପାତ୍ର ମଧ୍ୟ ଦଳ ଛାଡ଼ିଛନ୍ତି। ସେ କଂଗ୍ରେସରେ ଜିଲ୍ଲା ଓବିସି ସେଲର୍ ସଭାପତି ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ସହିତ ଖଣ୍ଡହତା ପଞ୍ଚାୟତର ପୂର୍ବତନ ସରପଂଚ ନିତ୍ୟାନନ୍ଦ ସାହୁ, ପୂର୍ବତନ ଜିଲ୍ଲା ଓବିସି ସେଲର୍ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜଟି ମଧ୍ୟ ଆଗରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏମାନେ ସମସ୍ତେ କଂଗ୍ରେସ ଦଳ ଟିକଟ ପାଇଁ ପୂର୍ବତନ ବିଧାୟକ ବିନୋଦ କୁମାର ପାତ୍ରଙ୍କ ସମର୍ଥ ଥିଲେ। ଯୁବ ନେତା ପ୍ରଦୀପ କୁମାର ସେଠୀଙ୍କୁ କଂଗ୍ରେସ ଦଳ ବିଧାୟକ ପ୍ରାର୍ଥୀ କରିଥିବାରୁ ସମସ୍ତେ ଇସ୍ତଫା ପ୍ରଦାନ କରିଛନ୍ତି।
ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଆହୁରି ୫୦ ଜଣ ନେତା ଓ କର୍ମୀ ଦଳରୁ ଇସ୍ତଫା ପ୍ରଦାନ କରିବେ ବୋଲି ଶ୍ରୀ ଜଟି ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। ଇସ୍ତଫା ଦେଇଥିବା ନେତାମାନେ କେଉଁ ଦଳରେ ମିଶିବେ ବୋଲି ପଚାରିବାରୁ ସେ ପ୍ରତିକ୍ରିୟାରେ କହିଛନ୍ତି, ଅପେକ୍ଷା କରନ୍ତୁ। ସମସ୍ତେ ଏକାଠି ବସି ଆଲୋଚନା କଲାପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଅନପଟରେ ଏମାନେ ସମସ୍ତେ ବିଜେଡ଼ିରେ ସାମିଲ ହୋଇପାରନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। କାରଣ ବିଗତ ଦିନରେ ବୀରମହାରାଜପୁର ବିଜ୍ଞାପିତ ଅଞ୍ଚଳ ଭାବରେ ଘୋଷଣା ହେବାପରେ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରାଙ୍କୁ ମୁଖ୍ୟ ଛକଠାରେ ଉତ୍ତରୀୟ ଓ ଫୁଲମାଳ ଦେଇ ସ୍ବାଗତ କରିଥିଲେ।
/sambad/media/post_attachments/wp-content/uploads/2024/04/e82cec99-2be1-4dc1-abea-a5031cf7eec1.jpeg)
ସୂଚନାଯୋଗ୍ୟ, ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଦିନକୁଦିନ କଂଗ୍ରେସ ଦଳରୁ ବହୁ ନେତା ଇସ୍ତଫା ପ୍ରଦାନ କରିସାରିଛନ୍ତି। ପୂର୍ବତନ ବ୍ଳକ କଂଗ୍ରେସ ସଭାପତି ପଦରୁ ବସନ୍ତ କୁମାର ମହାକୁଡ଼ ଇସ୍ତଫା ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/92d542c5-43c6-4fbb-a915-72ea2dac8246.jpeg)