ମୁମ୍ବାଇ : ଗତ କିଛି ଦିନ ହେଲାଣି ରୋଶନ ପରିବାର ବିବାଦରେ ରହିଛି । ଅଭିନେତା ରିତିକ୍ ରୋଶନଙ୍କ ଭଉଣୀ ସୁନୈନା ରୋଶନ ନିଜ ପରିବାର ଉପରେ ନିର୍ଯ୍ୟାତନାର ଗମ୍ଭୀର ଆରୋପ ଲଗାଇବା ପରେ ବିବାଦରେ ଛନ୍ଦି ହୋଇ ପଡ଼ିଥିଲା ରୋଶନ ପରିବାର । ନିଜ ପ୍ରେମିକ ସହ ସଂପର୍କ ଛିନ୍ନ କରିବାକୁ ବାଧ୍ୟ କରୁଥିବା ସହ ପରିବାର ଲୋକେ ମାଡ଼ ମାରୁଥିବାର ଅଭିଯୋଗ ଆଣିଥିଲେ ସୁନୈନା । ଏମିତି କି ସେ ଟୁଇଟ୍ର ଜରିଆରେ ମଧ୍ୟ ନିଜ ସହ ଘଟୁଥିବା ଘଟଣାବଳିକୁ ସାମ୍ନାକୁ ଆଣିଥିଲେ । ତେବେ ଏତେ ସବୁ ପରେ ସୁନୈନା ଏବେ ନିଜ ପ୍ରେମିକ ସହ ସବୁ ସଂପର୍କ ଭାଙ୍ଗି ପୁଣି ଥରେ ପରିବାର ସହ ରହିବା ଆରମ୍ଭ କରିଥିବା ଜଣା ପଡ଼ିଛି ।
/sambad/media/post_attachments/cad913c8cfe6e5f885bd75ce509216cf0efed8d81e976e5bee2d2f7dfd190142.jpg)
ସ୍ପଟ୍ବଏ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସୁନୈନା ପ୍ରେମିକ ରୁହେଲ ଅମିନ୍ଙ୍କ ସହ ସବୁ ସଂପର୍କ ଭାଙ୍ଗି ଘରକୁ ଫେରିଛନ୍ତି । ଏମିତି କି ସେ ବାପା ରାକେଶ ରୋଶନଙ୍କ ୭୦ତମ ଜନ୍ମଦିନରେ ମଧ୍ୟ ଯୋଗ ଦେଇଥିଲେ । ରିତିକ୍ଙ୍କୁ ଏ ନେଇ ପଚରାଯିବା ପରେ, ଏହା ଆମ ବ୍ୟକ୍ତିଗତ ସମସ୍ୟା । ବର୍ତ୍ତମାନ ସମୟରେ ଦିଦିଙ୍କ ଯେଉଁ ଅବସ୍ଥା ରହିଛି, ସେ ସମୟରେ କିଛି ବି କହିବା ଠିକ୍ ହେବ ନାହିଁ ବୋଲି ସେ କହିଥିଲେ ।