ପ୍ରେମିକଙ୍କ ସହ ସବୁ ସଂପର୍କ ଭାଙ୍ଗି ଘରକୁ ଫେରିଲେ ସୁନୈନା

ମୁମ୍ବାଇ : ଗତ କିଛି ଦିନ ହେଲାଣି ରୋଶନ ପରିବାର ବିବାଦରେ ରହିଛି । ଅଭିନେତା ରିତିକ୍‌ ରୋଶନଙ୍କ ଭଉଣୀ ସୁନୈନା ରୋଶନ ନିଜ ପରିବାର ଉପରେ ନିର୍ଯ୍ୟାତନାର ଗମ୍ଭୀର ଆରୋପ ଲଗାଇବା ପରେ ବିବାଦରେ ଛନ୍ଦି ହୋଇ ପଡ଼ିଥିଲା ରୋଶନ ପରିବାର । ନିଜ ପ୍ରେମିକ ସହ ସଂପର୍କ ଛିନ୍ନ କରିବାକୁ ବାଧ୍ୟ କରୁଥିବା ସହ ପରିବାର ଲୋକେ ମାଡ଼ ମାରୁଥିବାର ଅଭିଯୋଗ ଆଣିଥିଲେ ସୁନୈନା । ଏମିତି କି ସେ ଟୁଇଟ୍‌ର ଜରିଆରେ ମଧ୍ୟ ନିଜ ସହ ଘଟୁଥିବା ଘଟଣାବଳିକୁ ସାମ୍ନାକୁ ଆଣିଥିଲେ । ତେବେ ଏତେ ସବୁ ପରେ ସୁନୈନା ଏବେ ନିଜ ପ୍ରେମିକ ସହ ସବୁ ସଂପର୍କ ଭାଙ୍ଗି ପୁଣି ଥରେ ପରିବାର ସହ ରହିବା ଆରମ୍ଭ କରିଥିବା ଜଣା ପଡ଼ିଛି ।

Image result for sunaina-roshan-boyfriend-ruhail-amin-breaks-up-reunites-with-family
India TV

ସ୍ପଟ୍‌ବଏ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସୁନୈନା ପ୍ରେମିକ ରୁହେଲ ଅମିନ୍‌ଙ୍କ ସହ ସବୁ ସଂପର୍କ ଭାଙ୍ଗି ଘରକୁ ଫେରିଛନ୍ତି । ଏମିତି କି ସେ ବାପା ରାକେଶ ରୋଶନଙ୍କ ୭୦ତମ ଜନ୍ମଦିନରେ ମଧ୍ୟ ଯୋଗ ଦେଇଥିଲେ । ରିତିକ୍‌ଙ୍କୁ ଏ ନେଇ ପଚରାଯିବା ପରେ, ଏହା ଆମ ବ୍ୟକ୍ତିଗତ ସମସ୍ୟା । ବର୍ତ୍ତମାନ ସମୟରେ ଦିଦିଙ୍କ ଯେଉଁ ଅବସ୍ଥା ରହିଛି, ସେ ସମୟରେ କିଛି ବି କହିବା ଠିକ୍‌ ହେବ ନାହିଁ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର