ନୂଆଦିଲ୍ଲୀ: କରୋନା ମହାମାରୀ ଯୁଦ୍ଧ ସମୟରେ ଡାକ୍ତରଙ୍କ ମୁଖ୍ୟ ଭୂମିକା ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଉଛି। ଏହି କ୍ରମରେ ଗୁଜୁରାଟର ଏକ ହସ୍ପିଟାଲର ଅବହେଳାର ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଜଣେ କରୋନା ପଜିଟିଭ୍ ରୋଗୀଙ୍କୁ ହସ୍ପିଟାଲ୍ ୧୨ଲକ୍ଷ ଟଙ୍କାର ବିଲ୍ ଧରାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ସୁରଟର ଝାପା ବାଜାର ଅଞ୍ଚଳରେ ରହୁଥିବା ୫୦ବର୍ଷର ଗୁଲାମ ହୈଦର ଶେଖଙ୍କୁ ମଇ ୧୩ ତାରିଖରେ ଥଣ୍ଡା-କାଶ ହୋଇଥିଲା। ଏହି କାରଣରୁ ତାଙ୍କୁ ତାଙ୍କ ପାରିବାରିକ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା। ସେଠାରେ ତାଙ୍କ ଶରୀରରେ କରୋନା ଭାଇରସ୍ ଲକ୍ଷଣ ଥିବାର ଦେଖିବା ପରେ ତାଙ୍କୁ ସୁରଟର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଭର୍ତ୍ତି ପରେ ହସ୍ପିଟାଲ୍ର ଡାକ୍ତର ଗୁଲାମ ହୈଦରଙ୍କ ଅବସ୍ଥା ଗମ୍ଭୀର ଅଛି, ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ହେବ ବୋଲି କହିଥିଲେ।
ଡାକ୍ତର ଗୁଲାମଙ୍କର କୋଭିଡ-୧୯ ପରୀକ୍ଷା କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ୪୮ଘଣ୍ଟା ପରେ ପୁଣି ଗୁଲାମଙ୍କ କରୋନା ପରୀକ୍ଷା କରାଯାଇଥିଲେ ହେଁ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହାପରେ ବି ହସ୍ପିଟାଲ ଆଇସୋଲେସନ୍ ଓ୍ଵାର୍ଡରେ ଗୁଲାମ ହୈଦରଙ୍କୁ ୧୪ଦିନ ରଖାଯାଇଥିଲା। ଏହି ସମୟରେ ଗୁଲାମଙ୍କୁ ଭେଟିବାର ପରିବାରଲୋକଙ୍କୁ ଅନୁମତି ନଥିଲା। କେବଳ ମୋବାଇଲ୍ରେ ଭିଡିଓ କଲ ଜରିଆରେ ପରିବାର ଲୋକ ଗୁଲାମ୍ଙ୍କ ସହ କର୍ତ୍ତବାର୍ତ୍ତା ହେଉଥିଲେ।
/sambad/media/post_attachments/2246d49fc4eb01fd94ff4d56b0af5a2402218dd8e4159e4ef46ca949967cb3e4.jpg)
ଗୁଲାମ ହୈଦରଙ୍କ କିଡନି ଖରାପ ହେବା ନେଇ ବି ଡାକ୍ତର ତାଙ୍କ ପରିବାରଲୋକଙ୍କୁ ସୂଚିତ କରିଥିଲେ। ଗତ ଶନିବାର ଗୁଲାମ୍ ସୁସ୍ଥ ଥିବା କହି ହସ୍ପିଟାଲ୍ରୁ ତାଙ୍କୁ ଛୁଟି ଦିଆଯାଇଥିଲା। କିନ୍ତୁ ଛୁଟି ହେବା ପୂର୍ବରୁ ଡାକ୍ତର ଗୁଲାମଙ୍କ ଚିକିତ୍ସାରେ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଯେଉଁ ବିଲ୍ ଦେଇଥିଲେ ତାହାକୁ ପରିବାର ଲୋକ ଦେଖି ଚମକି ପଡ଼ିଥିଲେ। ଏହି ଘଟଣାକୁ ନେଇ ଗୁଲାମଙ୍କ ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।