ମୁମ୍ବାଇ: ସୁଶାନ୍ତଙ୍କୁ ହତ୍ୟା କରାଯାଇଛି | ସେ କେବେ ବି ଏଭଳି ପଦକ୍ଷପ ନେଇ ପାରିବ ନାହିଁ | କେହି ଜଣେ ତା’ ହତ୍ୟାର ଷଡଯନ୍ତ୍ର କରିଛି | ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଏଭଳି ଚାଞ୍ଚଲ୍ୟକର ଦାବି କରିଛନ୍ତି ସୁଶାନ୍ତଙ୍କ ମାମୁ | କାରଣ, ସେ ମାନସିକ ସ୍ତରରେ ଏତେ ସୁଦୃଢ଼ ଥିଲେ ଯେ ସେ କଦାପି ଆତ୍ମହତ୍ୟାର ବାଟ ଆପଣାଇ ନଥିବେ ବୋଲି କହିଛନ୍ତି ତାଙ୍କ ମାମୁ। ସୁଶାନ୍ତଙ୍କ ମାମୁଙ୍କ ଏ ପ୍ରକାର ଦାବି ପରେ ସୁଶାନ୍ତ ଆତ୍ମହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)।

Advertisment

ଉଲ୍ଲେଖଯୋଗ୍ୟ, ବଲିଉଡ୍‌ର ଉଦୀୟମାନ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌  ମାତ୍ର ୩୪ବର୍ଷ ବୟସରେ ବାନ୍ଦ୍ରାସ୍ଥିତ ନିଜ ଘରେ ଆଜି ଆତ୍ମହତ୍ୟା କରିଛନ୍ତି | ସକାଳ ୧୦ଟା ସମୟରେ ସେ ଉଠି ଜୁସ ପିଇବା ପରେ ପୁଣିଥରେ ଶୋଇବାକୁ ଚାଲିଯାଇଥିଲେ | ଦିନ ୧୨ଟା ସମୟରେ ତାଙ୍କ ଗୃହ ସହାୟକ କବାଟ ବାଡେଇବା ପରେ ସେ ନ ଖୋଲିବାରୁ ପୁଲିସକୁ ସୂଚନା ଦିଆଯାଇଥିଲା | ପୁଲିସ ପହଞ୍ଚି କବାଟ ଖୋଲିବା ପରେ ସୁଶାନ୍ତଙ୍କ ମୃତ ଦେହ ତାଙ୍କ ଶୋଇବା ଘର ପଙ୍ଖାର ଝୁଲୁଥିଲା | ସୁଶାନ୍ତ ବେଡ଼ସିଟ ସାହାଯ୍ୟରେ ଫାଶୀ ଲଗାଇଥିବା ଜଣା ପଡିଛି |

Sushant Singh Rajput Commted Sucide, Know Successful Journey ... Patrika

ତେବେ ସୁଶାନ୍ତଙ୍କ ମାମୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଦାବି କରିଥିଲେ ମଧ୍ୟ ପୁଲିସ ଏହାକୁ ଅସ୍ବୀକାର କରିଛି | ଘଟଣାସ୍ଥଳରୁ ସେଭଳି କିଛି ପ୍ରମାଣ ମିଳି ନାହିଁ ବୋଲି କହିବା ସହ ସୁଶାନ୍ତ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୁଲିସ | ଘଟଣାର ତଦନ୍ତ କରୁଥିବା ଡିସିପି ଅଭିଷେକ ତ୍ରିମୁଖେ କହିଛନ୍ତି, "ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ମାମଲା ପରି ଦେଖାଯାଉଛି। ଘଟଣାସ୍ଥଳରେ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ। ସୁଶାନ୍ତ ଗତ ୬ମାସ ହେଲା ବାନ୍ଦ୍ରାରେ ଥିବା ଘରକୁ ରହିବା ପାଇଁ ଆସିଥିଲେ | ମାସକୁ ସେ ୪.୫୫ଲକ୍ଷ ଟଙ୍କା ଘର ଭଡ଼ା ଦେଉଥିବା ସହ କିଛି ମାସ ହେଲା ସେ ଅବସାଦଗ୍ରସ୍ତ ଥିଲେ | ଏ ନେଇ ସେ ନିଜର ଚିକିତ୍ସା ମଧ୍ୟ କରାଉଥିଲେ | ବୋଧହୁଏ ଅବସାଦ କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି | ତେବେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସବିଶେଷ ତଦନ୍ତ ପରେ ଆମେ ପ୍ରକୃତ କାରଣ କହିପାରିବୁ ବୋଲି ଡିସିପି କହିଛନ୍ତି |