ସୁଶାନ୍ତଙ୍କୁ ହତ୍ୟା କରାଯାଇଛି? ମାମୁଙ୍କ ଏଭଳି ଦାବି ପରେ ତେଜିଲା ଚର୍ଚ୍ଚା

ମୁମ୍ବାଇ: ସୁଶାନ୍ତଙ୍କୁ ହତ୍ୟା କରାଯାଇଛି | ସେ କେବେ ବି ଏଭଳି ପଦକ୍ଷପ ନେଇ ପାରିବ ନାହିଁ | କେହି ଜଣେ ତା’ ହତ୍ୟାର ଷଡଯନ୍ତ୍ର କରିଛି | ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଏଭଳି ଚାଞ୍ଚଲ୍ୟକର ଦାବି କରିଛନ୍ତି ସୁଶାନ୍ତଙ୍କ ମାମୁ | କାରଣ, ସେ ମାନସିକ ସ୍ତରରେ ଏତେ ସୁଦୃଢ଼ ଥିଲେ ଯେ ସେ କଦାପି ଆତ୍ମହତ୍ୟାର ବାଟ ଆପଣାଇ ନଥିବେ ବୋଲି କହିଛନ୍ତି ତାଙ୍କ ମାମୁ। ସୁଶାନ୍ତଙ୍କ ମାମୁଙ୍କ ଏ ପ୍ରକାର ଦାବି ପରେ ସୁଶାନ୍ତ ଆତ୍ମହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)।

ଉଲ୍ଲେଖଯୋଗ୍ୟ, ବଲିଉଡ୍‌ର ଉଦୀୟମାନ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌  ମାତ୍ର ୩୪ବର୍ଷ ବୟସରେ ବାନ୍ଦ୍ରାସ୍ଥିତ ନିଜ ଘରେ ଆଜି ଆତ୍ମହତ୍ୟା କରିଛନ୍ତି | ସକାଳ ୧୦ଟା ସମୟରେ ସେ ଉଠି ଜୁସ ପିଇବା ପରେ ପୁଣିଥରେ ଶୋଇବାକୁ ଚାଲିଯାଇଥିଲେ | ଦିନ ୧୨ଟା ସମୟରେ ତାଙ୍କ ଗୃହ ସହାୟକ କବାଟ ବାଡେଇବା ପରେ ସେ ନ ଖୋଲିବାରୁ ପୁଲିସକୁ ସୂଚନା ଦିଆଯାଇଥିଲା | ପୁଲିସ ପହଞ୍ଚି କବାଟ ଖୋଲିବା ପରେ ସୁଶାନ୍ତଙ୍କ ମୃତ ଦେହ ତାଙ୍କ ଶୋଇବା ଘର ପଙ୍ଖାର ଝୁଲୁଥିଲା | ସୁଶାନ୍ତ ବେଡ଼ସିଟ ସାହାଯ୍ୟରେ ଫାଶୀ ଲଗାଇଥିବା ଜଣା ପଡିଛି |

Sushant Singh Rajput Commted Sucide, Know Successful Journey ...
Patrika

ତେବେ ସୁଶାନ୍ତଙ୍କ ମାମୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଦାବି କରିଥିଲେ ମଧ୍ୟ ପୁଲିସ ଏହାକୁ ଅସ୍ବୀକାର କରିଛି | ଘଟଣାସ୍ଥଳରୁ ସେଭଳି କିଛି ପ୍ରମାଣ ମିଳି ନାହିଁ ବୋଲି କହିବା ସହ ସୁଶାନ୍ତ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୁଲିସ | ଘଟଣାର ତଦନ୍ତ କରୁଥିବା ଡିସିପି ଅଭିଷେକ ତ୍ରିମୁଖେ କହିଛନ୍ତି, “ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ମାମଲା ପରି ଦେଖାଯାଉଛି। ଘଟଣାସ୍ଥଳରେ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ। ସୁଶାନ୍ତ ଗତ ୬ମାସ ହେଲା ବାନ୍ଦ୍ରାରେ ଥିବା ଘରକୁ ରହିବା ପାଇଁ ଆସିଥିଲେ | ମାସକୁ ସେ ୪.୫୫ଲକ୍ଷ ଟଙ୍କା ଘର ଭଡ଼ା ଦେଉଥିବା ସହ କିଛି ମାସ ହେଲା ସେ ଅବସାଦଗ୍ରସ୍ତ ଥିଲେ | ଏ ନେଇ ସେ ନିଜର ଚିକିତ୍ସା ମଧ୍ୟ କରାଉଥିଲେ | ବୋଧହୁଏ ଅବସାଦ କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି | ତେବେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସବିଶେଷ ତଦନ୍ତ ପରେ ଆମେ ପ୍ରକୃତ କାରଣ କହିପାରିବୁ ବୋଲି ଡିସିପି କହିଛନ୍ତି |

ସମ୍ବନ୍ଧିତ ଖବର