ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଗଙ୍ଗାଜଳସ୍ଥିତ ସ୍କାନ ଷ୍ଟିଲ ୟୁନିଟ୍ ୨ କାରଖାନାରେ ଜଣେ କାର୍ଯ୍ୟରତ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପରିବାର ଲୋକ ଏବଂ ଗ୍ରାମବାସୀ ମୃତ୍ୟୁର ତଦନ୍ତ ସହ କ୍ଷତିପୂରଣ ଦାବି କରି କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। ଉତ୍ତ୍ୟକ୍ତ ଜନତା ଏହି ପ୍ଲାଣ୍ଟ ଭିତରକୁ କାହାରିକୁ ଯିବାପାଇଁ ଦେଉନାହାନ୍ତି।

Advertisment

publive-image

ମୃତକ ଜଣକ ହେଲେ ଗଙ୍ଗାଜଳ ଗ୍ରାମର ପଟ୍ଟନାୟକ ଲାକଡା (୫୦)। ସେ ସ୍କାନ ଷ୍ଟିଲରେ ଦିର୍ଘ ୨୦ ବର୍ଷ ହେବ ମେକାନିକାଲ ଇନଚାର୍ଜ ଭାବେ କାର୍ଯ୍ୟରତ ଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ରାତିରେ ପଟ୍ଟନାୟକଙ୍କୁ ଗୁରୁତର ଅବସ୍ଥାରେ କୁତ୍ରା ଡାକ୍ତରଖାନାକୁ ନିଆଯାଇଥିଲ। ପରେ ସେଠାରୁ ରାଜଗାଙ୍ଗପୁର ଡାକ୍ତରଖାନା ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଥିବା କୁହାଯାଇଛି। ମୃତଦେହକୁ ରାଜଗାଙ୍ଗପୁର ଡାକ୍ତରଖାନାସ୍ଥିତ ମର୍ଗ ହାଉସରେ ରଖାଯାଇଛି। ତେବେ କେଉଁ ସ୍ଥିତିରେ ସେ ଗୁରୁତର ହେଲେ, ସେ ସମ୍ପର୍କରେ କାରଖାନା କର୍ତ୍ତୃପକ୍ଷ କିଛି କହୁ ନଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ କାରଖାନା ଆଗରେ ଉତ୍ତେଜନା ଲାଗି ରହିଛି।