ଦୁଇ ନାୟିକାଙ୍କ ସହ ଆସୁଛନ୍ତି ଏହି ଓଲିଉଡ ନାୟକ

ଭୁବନେଶ୍ୱର: ୨୦୧୮ରେ ଦର୍ଶକ କେତେକ ନୂଆ ସିନେମା ପରଦାରେ ଦେଖିବାକୁ ପାଇବେ । ଏଥିରେ ସାମିଲ୍‌ ହୋଇଛି ଏକ ଓଡ଼ିଆ ଛବି, ଯାହାର ନାମକରଣ ଏଯାବତ୍‌ କରାଯାଇପାରି ନାହିଁ । ତେବେ ଫେବୃଆରି ମାସ ଶେଷ ସପ୍ତାହରେ ଏହି ଫିଲ୍ମର ଟାଇଟଲ୍‌ ଘୋଷଣା କରାଯିବ ବୋଲି ଜଣାଯାଇଛି ।
ଏଠାରେ ଯେଉଁ ଓଡ଼ିଆ ସିନେମା ସିନେମାର କଥା କୁହାଯାଉଛି ସେଥିରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ଶୁଭମ୍‌ । ଶୁଭମ୍‌ଙ୍କୁ ଦର୍ଶକ ୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପ୍ରେମର ନିଶା ନିଆରା ନିଆରା ’ରେ ଦେଖିବାକୁ ପାଇଥିଲେ ନାୟକ ଭୂମିକାରେ , ଯେଉଁଥିରେ ଶୁଭମ୍‌ଙ୍କ ବିପକ୍ଷରେ ନଜର ଆସିଥିଲେ ଜଣାଶୁଣା ଅଭିନେତ୍ରୀ ଜୀନା ସାମଲ । ହେଲେ ଶୁଭମ୍‌ଙ୍କ ଦ୍ୱିତୀୟ ସିନେମାରେ ତାଙ୍କ ବିପକ୍ଷରେ ନଜର ଆସିବେ ଜଣେ ନୁହେଁ, ବରଂ ଦୁଇ ଦୁଇ ଜଣ ନାୟିକା । ଏ ଦୁହିଁଙ୍କ ଭିତରୁ ଜଣେ ହେଲେ ସୁଶ୍ରୀ ଓ ଅନ୍ୟ ଜଣକ ହେଲେ ଝାନ୍‌ସୀ ।


ସୁଶ୍ରୀଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ହେଲା ‘ ହେଲୋ’ । ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ସିନେମା ପରେ ସେ ମନୋରଞ୍ଜନ ପାଲ୍‌ଙ୍କ ନିର୍ଦ୍ଦେଶିତ ‘ ବେଷ୍ଟ୍‍ ଅଫ୍‌ ଲକ୍‌’ ରେ ନବାଗତ ବରଦା ପ୍ରସନ୍ନ ଜେନାଙ୍କ ବିପକ୍ଷରେ ନାୟିକା ସାଜିଥିଲେ । ହେଲେ ଏହି ସିନେମା ଏଯାବତ୍‌ ମୁକ୍ତିଲାଭ କରିନାହିଁ । ଅପରପକ୍ଷରେ ଝାନ୍‌ସୀଙ୍କୁ ଦର୍ଶକ ‘ପ୍ରେମର ନିଶା ନିଆରା ନିଆରା’, ‘ଗୁଣ୍ଡା’ ଓ ‘ ମୁଁ ଗୋଟିଏ ଦୁଷ୍ଟ ପିଲା’ ଆଦି ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି । ଯେହେତୁ ଦୁଇ ଜଣ ନାୟିକା ଅଛନ୍ତି, ଏଣୁ ଏହି ନୂଆ ସିନେମାର କାହାଣୀରେ ପ୍ରେମ ତ୍ରିକୋଣ ରହିଛି ବୋଲି କୁହାଯାଇପାରେ । ଏହା ଏକ ଟିନ୍‌ଏଜ୍‌ ଲଭ ଷ୍ଟୋରି ବୋଲି ମଧ୍ୟ କୁହାଯାଉଛି ।
ଏହି ଅନ୍‌ଟାଇଟଲଡ ଫିଲ୍ମରେ ଶୁଭମ୍‌, ସୁଶ୍ରୀ ଓ ଝାନ୍‌ସୀଙ୍କ ବ୍ୟତୀତ ମିହିର ଦାସ ଓ ରତନ ମେହେର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ଏହାର ପ୍ରଯୋଜନ କରିଛନ୍ତି ଭାରତୀ ନାୟକ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଦେବ୍‌ । ସୌମିତ୍ରୀ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ । ମନୋରଂଜନ ଦାସ ଏହି ସିନେମାର ସଂଳାପ ଲେଖିଛନ୍ତି ।

ସମ୍ବନ୍ଧିତ ଖବର