ପରଦାରେ ଆତ୍ମରତି କରି କିଛି ଭୁଲ୍‌ କରି ନାହିଁ, ମାତ୍ର ଏଥିପାଇଁ ଲାଜ ଲାଗୁଛି ବୋଲି କହିଲେ ଏହି ବଲିଉଡ ନାୟିକା

ମୁମ୍ବାଇ: ଏ ବର୍ଷର ଏକ ଚର୍ଚ୍ଚିତ ସିନେମା ହେଲା ‘ବୀରେ-ଦ ଓ୍ଵଡିଂ’। ଏହି ସିନେମାରେ ଅଭିନୟ କରିଛନ୍ତି କରିନା କପୁର ଖାନ୍‌ ଓ ସୋନମ କୁପରଙ୍କ ଭଳି ଆଗ ଧାଡ଼ିର ନାୟିକା। କିନ୍ତୁ ଏହି ସିନେମା ପାଇଁ ଏ ଦୁଇ ଲୋକପ୍ରିୟ ନାୟିକାଙ୍କ ତୁଳନାରେ ଆଉ ଜଣେ ଅଭିନେତ୍ରୀ ଅଧିକ ଚର୍ଚ୍ଚାରେ ରହିଛନ୍ତି।
ଏହି ଅଭିନେତ୍ରୀ ଜଣକ ହେଲେ ସ୍ୱରା ଭାସ୍କର। ସ୍ୱରା ‘ବୀରେ-ଦ ଓ୍ଵଡିଂ’ରେ ଏକ ଦୃଶ୍ୟ ପାଇଁ ଆଲୋଚନାର ଶରବ୍ୟ ହୋଇଛନ୍ତି। ଏହି ଫିଲ୍ମରେ ସେ ହସ୍ତ ମୈଥୁନ କରୁଥିବାର ଏକ ଦୃଶ୍ୟ ଦେଇଛନ୍ତି। ଏହି ସିନ୍‌ ଦେଖିବାପରେ ଲୋକେ ତାଙ୍କୁ ଟ୍ରୋଲ୍‌ କରିଥିଲେ।
ଏହା ଉପରେ ପ୍ରତିକ୍ରିୟା ଦେଇ ସ୍ୱରା କହିଥିଲେ ଯେ,ଫିଲ୍ମ ପରଦାରେ ଆତ୍ମରତି କରି ସେ କିଛି ଭୁଲ୍‌ କରି ନାହାନ୍ତି। ତେବେ ତାଙ୍କୁ ଏଥିପାଇଁ ଲାଜ ଲାଗୁଛି। ପୁଅ ପିଲାମାନେ ଏହି କାମ ଯେଉଁଠି କରିଲେ କିଛି ଅସୁବିଧା ନାହିଁ,କିନ୍ତୁ ଝିଅମାନେ ବେଡ଼ରୁମ୍‌ରେ ଏଭଳି କରିଲେ ବି ସେଥିପାଇଁ ନିନ୍ଦିତ ହେବାକୁ ପଡ଼ିଥାଏ।
ଏବେ ସ୍ୱରା ବିବାହ ପୂର୍ବରୁ ଗର୍ଭବତୀ ହେବା ଲାଗି ମଧ୍ୟ ଚିନ୍ତା କରୁଛନ୍ତି। ଏହି ନିକଟରେ ସ୍ୱରା ଭାସ୍କର ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କର ପିଲାଦିନେ ଗୋଟିଏ ବଡ଼ ଡର ଥିଲା। ତାହା ହେଲା ଯେ,ପିଲାଦିନେ ଯେତେବେଳେ ପରଦାରେ ଦେଖିବାକୁ ମିଳୁଥିଲା କି ଅଭିନେତ୍ରୀ ବାହା ନ ହୋଇ ଗର୍ଭବତୀ ହୋଇଯାଉଛନ୍ତି।ଏହାକୁ ନେଇ ସ୍ୱରାଙ୍କ ମନରେ ସବୁବେଳେ ଆଶଙ୍କା ରହୁଥିଲା ଯେ,ଯଦି ବାହାଘର ଆଗରୁ ସେ ମାଆ ହୋଇଯା’ନ୍ତି ତ କ’ଣ କରିବେ?


ସ୍ୱରା କହିଛନ୍ତି ଯେ,ସେ ଜୀବନରେ ରିସ୍କ ନେବାକୁ ଆଦୌ ଭଲ ପାଆନ୍ତି ନାହିଁ।

ସମ୍ବନ୍ଧିତ ଖବର