ମକର ସଂକ୍ରାନ୍ତିରେ ବନ୍ଦ ରହିବ ମା’ ତାରିଣୀ ମନ୍ଦିର

ଘଟଗାଁ: ଜାନୁଆରି ୧୪ ଶୁକ୍ରବାର ପବିତ୍ର ମକର ସଂକ୍ରାନ୍ତିରେ ବନ୍ଦ ରହିବ ଘଟଗାଁର ପ୍ରସିଦ୍ଧ ମା’ ତାରିଣୀ ମନ୍ଦିର। ବର୍ଦ୍ଧିତ କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ଭିଡ଼ ଏଡ଼ାଇବା ଲାଗି ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର ଓ କେନ୍ଦୁଝର ଜିଲ୍ଲାପାଳଙ୍କ ଚିଠି ଅନୁସାରେ ୧୪ ତାରିଖ ଦିନ ମନ୍ଦିର ପରିସରକୁ କୌଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ।

ତେବେ ପ୍ରତ୍ୟେକ ଦିନ ପରି ମା’ଙ୍କ ବେଶ, ନୀତିକାନ୍ତି, ସକାଳ ଆଳତି, ସନ୍ଧ୍ୟା ଆଳତି, ପହଡ଼ ଆଳତି ଓ ଅନ୍ନପ୍ରସାଦ ନୀତି ଯଥାରୀତି ସଂପାଦନ ହେବ।

ଠିକ୍ ସେହିପରି କେନ୍ଦୁଝର ଜିଲ୍ଲାର ସମସ୍ତ ମନ୍ଦିର ମକର ସଂକ୍ରାନ୍ତିରେ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର