ମଣିଷର କିଶୋରାବସ୍ଥା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ। କାରଣ ଏହି ସମୟରେ ଅନେକ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ଘଟିଥାଏ। ଏହି ସମୟରେ କିଶୋରୀମାନଙ୍କୁ ଅଧିକ ସାବଧାନ ରହିବାକୁ ପଡ଼ିଥାଏ ,କାରଣ ଏହି ସମୟରେ ପାରିବାରିକ ସମସ୍ୟାର କୁପ୍ରଭାବ ପଡ଼ିଥାଏ ସେମାନଙ୍କ ଉପରେ । ଯଦି କୌଣସି କିଶୋରୀ ନିଜ ଘରେ ଅଧିକାଂଶ ସମୟରେ ବାପା-ମାଆଙ୍କ ଭିତରେ ଝଗଡ଼ା ହେଉଥିବାର ଲକ୍ଷ୍ୟ କରନ୍ତି, ବା ଉଭୟଙ୍କ ଭିତରୁ କାହାର ବିବାହେତ୍ତର ସଂପର୍କ ଥିବା ଜାଣନ୍ତି, ତେବେ ସେ ଚିନ୍ତିତ ହୋଇ ଉଠନ୍ତି ଯେ କା’ଳେ ତାଙ୍କ ଜୀବନରେ ବି ସେମିତି ଘଟିବ । ତାଙ୍କର ପ୍ରେମିକ ବା ସ୍ୱାମୀ ତାଙ୍କୁ ଧୋକା ଦେବେ ନାହିଁ ତ ! ସେ ବିବାହ ପରେ ଏଭଳି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ତ ! ବା ପ୍ରେମିକଙ୍କ ସହିତ ତା’ର ଝଗଡ଼ା ହେବ ନାହିଁ ।

Advertisment

publive-image photo-shadesofrussia

ଯଦି କିଶୋରୀଜଣକ ପ୍ରେମ ସଂପର୍କରେ ପଡ଼ିଯାଏ, ତେବେ ସେ ବି ଉପରୋକ୍ତ ପ୍ରସଙ୍ଗରେ ଅଧିକ ବିବ୍ରତ ହୋଇ ଉଠେ । କିଶୋରୀମାନେ ଅଧିକାଂଶ କ୍ଷେତ୍ରରେ ଏଭଳି ପ୍ରସଙ୍ଗକୁ ନେଇ ଖୁବ୍‌ ବ୍ୟଥିତ ହୋଇଥାନ୍ତି। କାରଣ କିଶୋରାବସ୍ଥାରେ ହରମୋନରେ ପରିବର୍ତ୍ତନ ଘଟିଥାଏ । ଏଣୁ ପ୍ରେମ ପ୍ରସଙ୍ଗରେ ଯୁବତୀମାନେ ଅଧିକ ସତର୍କ ହେବା ଉଚିତ । ଆବଶ୍ୟକସ୍ଥଳେ ରିଲାକେସନ୍‌ ଓ ହିପନ ଥେରାପି ମାଧ୍ୟମରେ ଅସୁରକ୍ଷିତ ମନୋଭାବର ଚିକିତ୍ସା କରାଇ ଦେବା ଆବଶ୍ୟକ ।