ପରୀକ୍ଷାପୂର୍ବରୁ ବହୁ ଛାତ୍ର ଛାତ୍ରୀ ଚିନ୍ତିତ ରହିଥାନ୍ତି। ତେବେ ଏହାକୁ ନେଇ ବିଦ୍ୟାର୍ଥୀମାନଙ୍କୁ ଯଥେଷ୍ଟ ସତର୍କ ରହିବା ଆବଶ୍ୟକ। ତାଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରିବା ଏକାନ୍ତ ଆବଶ୍ୟକ। ସର୍ବପ୍ରଥମେ ବିଦ୍ୟାର୍ଥୀ ନିଜର ଯୋଗ୍ୟତା,କ୍ଷମତା ଓ ଦୁର୍ବଳତାକୁ ଠିକ୍‌ଭାବେ ମାପିନେବା ଉଚିତ୍‌। ନିଜପାଠ ପଢ଼ାରେ ଥିବା ପ୍ଲସ୍‌ ଓ ମାଇନସ୍‌ ପଏଣ୍ଟ୍‌କୁ ଠିକ୍‌ ଭାବେ ଜାଣିବା ଉଚିତ୍‌।

Advertisment

ଯଦି ଆପଣଙ୍କ ଭିତରେ ଗଭୀର ଆତ୍ମବିଶ୍ୱାସ ଅଛି ଯେ,ଆପଣ ପରୀକ୍ଷା ଖୁବ୍‌ ଭଲ କରି ପାରିବେ,ଭଲ ମାର୍କ ଆଣି ପାରିବେ,ତେବେ ସେଥିନେଇ ସବୁବେଳେ ପଜିଟିଭ୍‌ ଭାବନା ରଖନ୍ତୁ। ମନରେ ଆଦୌ ନେଗେଟିଭ୍‌ ଭାବନାକୁ ପ୍ରବେଶ କରାଇ ଦିଅନ୍ତୁ ନାହିଁ।ମନକୁ ପ୍ରସନ୍ନ କରି ପଢ଼ାପଢ଼ି କରନ୍ତୁ। ପରୀକ୍ଷା ସମୟରେ ବିଦ୍ୟାର୍ଥୀ ଦୈନିକ ରାତିରେ ଅନ୍ୟୁନ୍ୟ ଛଅଘଣ୍ଟା ଶୟନ କରିବା ଉଚିତ୍‌।ହାଲ୍‌କା ବ୍ୟାୟାମ୍‌ କରିବା ମଧ୍ୟ ଆବଶ୍ୟକ।
ପରୀକ୍ଷାରେ ଆରମ୍ଭ ହେବାର ଦିନେ କି ଦୁଇ ଦିନ ପୂର୍ବରୁ କଦାଚିତ୍‌ କୌଣସି ନୂଆ ବିଷୟକୁ ଆରମ୍ଭ କରି ସେଥିରେ ବେଶି ସମୟ ଦେବା ଉଚିତ୍‌ ନୁହେଁ।ଏହାଦ୍ୱାରା ଉକ୍ତ ବିଷୟଟି ଜଟିଳ ଥିଲେ ମନେ ରଖିବା ଆଦୌ ସହଜସାଧ୍ୟ ହେବନାହିଁ।ପରିବାରରରେ ଯଦି କୌଣସି ପ୍ରକାରର ଦ୍ୱନ୍ଦ କିମ୍ବା କଳହ ଚାଲିଥିବ,ତେବେ ସେଥିରୁ ନିଜକୁ ନିବୃତ୍ତ ରଖି କେବଳ ପାଠପଢ଼ାରେ ମନୋନିବେଶ କରିବା ଉଚିତ୍‌।

publive-image photo-youtube

ଯଦି ପରୀକ୍ଷା ପୋଷ୍ଟପୋନ୍‌ ହୋଇଯିବ କିମ୍ବା ପ୍ରଶ୍ନପତ୍ର ଲିକ୍‌ ହେବା ଭଳି ଘଟଣାକୁ ନେଇ ଗୁଜବ ଉଠିଥାଏ,ସେଥିପ୍ରତି ଧ୍ୟାନ ଦିଅନ୍ତୁ ନାହିଁ କିମ୍ବା ସେଥି ନେଇ ଆଦୌ ବିଚଳିତ ହୁଅନ୍ତୁ ନାହିଁ।ଏପରି ଘଟିଲେ ନିଷ୍ଠାର ସହିତ ଅବିଚଳିତ ଭାବେ ପାଠପଢ଼ାରେ ମନୋନିବେଶ କରନ୍ତୁ।