ଦରଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଳାଇବ ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ଦଳ ଦରବୃଦ୍ଧିକୁ ସମାଲୋଚନା କରିଛି । ବିଜେପି ସରକାର ଉପରେ ବର୍ଷିଛି ବିଜେଡି । ୭୦ପ୍ରତିଶତ ଦର କେବେ ବୃଦ୍ଧି ହୋଇନଥିଲା ଏବଂ ୩ବର୍ଷରେ ଦର ଆକାଶଛୁଆଁ ହୋଇଥିବା ବିଜେଡି କହିଛି । କେନ୍ଦ୍ର ସରକାର କହୁଥିବା ଅଚ୍ଛେ ଦିନ, ଦୁର୍ଦ୍ଦିନରେ ପରିଣତ ହୋଇଛି।  ଓଡ଼ିଶାର ମାଆ ଭଉଣୀ ଏହାର ପ୍ରତିବାଦ କରିବେ ବୋଲି ବିଜେଡି ଉପସଭାପତି ପ୍ରମିଳା ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବିଜୁ ଜନତା ଦଳର ୩ଟି ଶାଖା ବିକ୍ଷୋଭ କରିବେ। ନଭେମ୍ବର ୨୨ତାରିଖରେ କଟକ ଆରଡିସି କାର୍ଯ୍ୟାଳୟରେ ସାମ୍ନାରେ ବିକ୍ଷୋଭ, ୨୩ତାରିଖରେ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ଓ ୨୪ତାରିଖରେ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ ବୋଲି ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି ।

ଏହାସହ ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ଅନୁଯାୟୀ ଉଜ୍ଜ୍ୱଳା ଯୋଜନା ପରେ ଗ୍ୟାସ ସିଲିଣ୍ଡର ବ୍ୟବହାର କମ ହୋଇଛି। ଗ୍ୟାସ ରିଫିଲିଂ ହାର କମିଥିବା ସିଏଜି ରିପୋର୍ଟରୁ ସ୍ପଷ୍ଟ ହୋଇଛି। କାଠରେ ରୋଷେଇ କରିବାକୁ କେନ୍ଦ୍ର ସରକାର ବାଧ୍ୟ କରୁଥିବା ଦଳ ଅଭିଯୋଗ କରିଛି। ବିଜେଡିର ଛାମୁଆ ଶାଖା ଏହାର ବିରୋଧ କରିବ ବୋଲି ବିଧାୟକ ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର