ନୂଆପଡ଼ା: ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦାବିରେ ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପିର ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ ପାଳନ କରାଯାଉଛି। ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି।
ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି। ଆଜି ଦୋକାନବଜାର ବନ୍ଦ ରହିଛି। ଠିକ୍ ସେହିପରି ଗାଡ଼ିଚଳାଚଳ ବନ୍ଦ ରହିଛି। ତେବେ ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି।
ବିଜେପି ପକ୍ଷରୁ ସକାଳ ୬ଟାରୁ ନୂଆପଡ଼ା ସଦର ୩୫୩ ଜାତୀୟ ରାଜପଥରେ ବିଜେପି ନେତାମାନେ ଏକତା ଛକରେ ରାସ୍ତା ଅବରୋଧ କରିବାରୁ ଯାନବାହାନ ବନ୍ଦ ରହିଛି। ଏହି ବନ୍ଦରେ ନୂଆପଡ଼ା ଜିଲ୍ଲା ସମସ୍ତ ସରକାରୀ, ବେସରକାରୀ ଅଫିସ, କୋର୍ଟ, ବ୍ୟାଙ୍କ, ସ୍କୁଲ କଲେଜ ଓ ଦୋକାନବଜାର ମଧ୍ୟ ବନ୍ଦ ରହିଛି। ଏହି ବନ୍ଦରେ ନୂଆପଡ଼ା ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା, ସଦାନନ୍ଦ ଯୋଶୀ, ମନିଜର ଆର୍ଯ୍ୟ, ହୋମ ସିଂ ମାଝୀ, ଗୋଲୁ ଦଣ୍ଡସେନା , ଭଗତ ସିଂ ଉପସ୍ଥିତ ରହିଛନ୍ତି। ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକ ଓ ୩ ଏନଏସିରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/4a7c3358-d707-47f9-b728-4d031f4de007.jpg)