ବର୍ଲିନ : ପାଶ୍ଚାତ୍ୟ କଟକଣା ନୁହେଁ, ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ହିଁ ଆଉ ୪୦-୫୦ ନିୟୁତ ଲୋକଙ୍କୁ ଭୟଙ୍କର କ୍ଷୁଧାର ଗହ୍ବରକୁ ଠେଲିଦେବ ବୋଲି ଶୁକ୍ରବାର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି। ବର୍ଲିନଠାରେ ଜର୍ମାନ ବିଦେଶ ମନ୍ତ୍ରୀ ଆନ୍ନାଲେନା ବେରବକଙ୍କ ସହ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ବ୍ଲିଙ୍କେନ କହିଲେ ଯେ, ରାଜନୈତିକ କାରଣରୁ ରୁଷ୍ ନିଜର ଖାଦ୍ୟଶସ୍ୟ ରପ୍ତାନି କରୁନାହିଁ ଏବଂ ୟୁକ୍ରେନ୍ରୁ ଖାଦ୍ୟଶସ୍ୟ ରପ୍ତାନିରେ ବାଧାସୃଷ୍ଟି କରୁଛି। ଫଳରେ ଏହା ଉପରେ ନିର୍ଭରଶୀଳ ଥିବା ଦେଶଗୁଡ଼ିକ ଆବଶ୍ୟକ ଖାଦ୍ୟଶସ୍ୟ ପାଇବାରୁ ବଞ୍ଚିତ ହେବେ ଏବଂ ଆଉ ୪୦-୫୦ ନିୟୁତ ଲୋକ କ୍ଷୁଧା ପ୍ରପୀଡ଼ିତ ହେବାର ସମ୍ଭାବନା ଦେଖାଦେବ।
ୟୁକ୍ରେନ୍ ଯୁଦ୍ଧ ୪୦-୫୦ ନିୟୁତ ଲୋକଙ୍କୁ କ୍ଷୁଧା ଭିତରକୁ ଠେଲିଦେବ: ଆମେରିକା ବିଦେଶ ମନ୍ତ୍ରୀ
/sambad/media/post_attachments/wp-content/uploads/2022/06/antoni.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)