ଶିଶୁ କିଶୋର ପତ୍ରିକା ‘ମୋ ଆଶା’ର ଶୀତ ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ବର: ନିମାପଡ଼ା‌ ଲିଟିଲ୍ ‌ଷ୍ଟାର ଗ୍ରୁପ ପକ୍ଷରୁ ପ୍ରକାଶିତ ହେଉଥିବା ତ୍ରୟ ମାସିକ ଶିଶୁ କିଶୋର ପତ୍ରିକା ‘ମୋ ଆଶା’ର ଶୀତ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି। କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉନ୍ମୋଚନ ଉତ୍ସବରେ ଅତିଥିଭାବେ ସାହିତ୍ୟିକ ଦାଶ ବେନହୁର, ସାମ୍ବା‌ଦିକ ବଙ୍କିମ ଚନ୍ଦ୍ର ନାୟକ, ପତ୍ରିକାର ସମ୍ପାଦକ ସୁମନ୍ତ ମହାରଣା, ସହ ସମ୍ପାଦକ ଉର୍ମିଳା ମହାରଣା, କବି କାଳିଙ୍କିକର, ଶିକ୍ଷୟିତ୍ରୀ ସୌଭାଗିନୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

‘ମୋ ଆଶା’ ପତ୍ରିକାର ଚଳିତ ସଂଖ୍ୟା ଓଡ଼ିଶାର ୩୦ଜଣ ସୁନାମଧନ୍ୟ ଶିଶୁ ସାହିତ୍ୟିକଙ୍କ ଦ୍ବାରା ସମୃଦ୍ଧ ‌ହୋଇଛି।

ସମ୍ବନ୍ଧିତ ଖବର